କନକ ବ୍ୟୁରୋ : କାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିରୋଧିଙ୍କ ମୁକାବିଲା ପାଇଁ ଋଚ୍ଚନୀତି ପ୍ରସ୍ତୁତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ବଦଳୀୟ ବୈଠକରେ ବିରୋଧିଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରୁଛନ୍ତି । କାରଣ ଆଗାମୀ ଅଧିବେଶନ ବେଶ ସରଗରମ୍ ହେବା ସମ୍ଭାବନା ରହିଛି । ଦେଶର ଅଧିକାଂଶ ସହରରେ କେବେଠାରୁ ପେଟ୍ରୋଲ ଦର ୧୦୦ଟଙ୍କା ପାର କରିଗଲାଣି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି ।
ସେପଟେ କୋଭିଡ଼ ଦ୍ୱିତୀୟ ଲହରର ମୁକାବିଲାରେ ମୋଦୀ ସରକାର ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଦେଶରେ ଟିକାକରଣ କଇଁଛ ଗତିରେ ଚାଲିଛି । ଏସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି । ଆଗାମୀ ଅଧିବେଶନରେ ୩୦ରୁ ଅଧିକ ବିଲ ପାସ କରିବାକୁ ଚାହୁଁଥିବା ମୋଦୀ ସରକାର, ଏସବୁ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା କିଭଳି କରିବେ ତାହା ସବୁଠାରୁ ବଡ଼ ପ୍ରସଙ୍ଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/985406-978035-962652-946294-pm-narendra-modi.jpg)