ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ।  ଯୋଗ ଦେଲେନି ପ୍ରଧାନମନ୍ତ୍ରୀ, ବୈଠକକୁ ‘ଆପ୍’ର ବହିଷ୍କାର

99

କନକ ବ୍ୟୁରୋ : ଆସନ୍ତା କାଲି ଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ସରକାରଙ୍କ ନିମନ୍ତ୍ରଣରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ନାହାଁନ୍ତି । ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଅଧିର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୂଳ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓବ୍ରାୟନ, ଡିଏମକେର ଟିଆର ବାଲୁ, ଟି ଶିବା ଓ ଏନସିପିର ଶରଦ ପାୱାର ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଟିଏମସି ପକ୍ଷରୁ ସରକାରଙ୍କ ନିକଟରେ ୧୦ ମୁଦ୍ଦା ରଖାଯାଇଛି ।

ଟିଏମସି ତରଫରୁ ବେରୋଜଗାରୀ, ଇନ୍ଧନ ସହ ଅତ୍ୟାବଶକୀୟ ସାମଗ୍ରୀର ବଢୁଥିବା ଦାମ, ଏମଏସପିକୁ ଆଇନ ପରିସରଭୂକ୍ତ କରିବା ଭଳି ପ୍ରସଙ୍ଗ ଉଠାଯାଇଛି । ସେପଟେ ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ସର୍ବଦଳୀୟ ବୈଠକକୁ ବହିସ୍କାର କରି କହିଛନ୍ତି କି ନା ସଂସଦରେ କହିବାର ସୁଯୋଗ ମିଳୁଛି ନା ସର୍ବ ଦଳୀୟ ବୈଠକରେ । ଏଭଳି କହି ସେ ବୈଠକରୁ ବାହାରି ଯାଇଥିଲେ ।

କହିରଖୁ କି ଏଥରରେ ସଂସଦରେ ଶୀତକାଳୀନ ଅଧିବେଶନକୁ ମହତ୍ୱପୂର୍ଣ୍ଣ ବୋଲି ଗଣନା କରାଯାଉଛି । କାରଣ ପ୍ରଧାନମନ୍ତ୍ରୀଙ୍କ କହିବା ମୁତାବକ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ନେଇ ବିଧେୟକ ପାରିତ ହେବ । ଏହା ସହ ବିରୋଧୀମାନେ କୃଷି ଉତ୍ପାଦିତ ସାମଗ୍ରୀର ସର୍ବ ନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସର କରିବାକୁ ଦାବି କରିପାରନ୍ତି । ଏହା ଉପରେ ସରକାରଙ୍କ ପଦକ୍ଷେପ ଓ ବିଭାଗୀୟ ମନ୍ତ୍ରୀଙ୍କର କଣ ରହିବ ଉତ୍ତର ତାହାକୁ ନେଇ ଉତ୍ସୁକତା ବଢିବାରେ ଲାଗିଛି ।

କେବଳ କୃଷି ଆଇନ ନୁହେଁ ବିରୋଧୀମାନେ ପେଗାସସ୍ ସ୍ୱାଏୱେର ମାଧ୍ୟମରେ ଫୋଟ ଟ୍ୟାପିଂ ପ୍ରସଙ୍ଗ ଉପରେ ବି ସରକାରଙ୍କୁ ଘେରି ପାରନ୍ତି । ଅନ୍ୟପଟେ ରାଜ୍ୟସଭାର ସଭାପତି ଏମ୍ ଭେଙ୍କୟା ନାଇଡୁ ରବିବାର ସନ୍ଧ୍ୟାରେ ସଦନର ନେତାମାନଙ୍କୁ ଏକ ବୈଠକକୁ ଆମନ୍ତ୍ରିତ କରିଛନ୍ତି ।