ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ୩ ବର୍ଷ ମଧ୍ୟରେ ବିଜୁ ପକ୍କା ଘର ଓ ଆବାସ ଯୋଜନାରେ ହାସଲ ହେବ ଲକ୍ଷ୍ୟ

Advertisment
ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ୩ ବର୍ଷ ମଧ୍ୟରେ ବିଜୁ ପକ୍କା ଘର ଓ ଆବାସ ଯୋଜନାରେ ହାସଲ ହେବ ଲକ୍ଷ୍ୟ

କନକ ବ୍ୟୁରୋ: ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ୩ ବର୍ଷ ମଧ୍ୟରେ ବିଜୁ ପକ୍କା ଘର ଓ ଆବାସ ଯୋଜନାରେ ସବୁ ପଂଚାୟତରେ ପକ୍କା ଘର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ପଂଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା । ଏନେଇ ମାର୍ଚ୍ଚ ୫ତାରିଖରେ ବିଜୁ ଜୟନ୍ତୀ ଓ ପଂଚାୟତରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିପାରନ୍ତି ।

ତେବେ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଓ ପଂଚାୟତରାଜ ଦିବସକୁ ବଡ଼ ଧରଣରେ ପାଳନ କରିବ ବିଜେଡି । ୫ମ ଥର ଲାଗି ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଆସିଥିବାବେଳେ ଗତ ୨୦ବର୍ଷ ସରକାରରେ ରହିବା ମଧ୍ୟରେ ଯେଉଁସବୁ ସଫଳ ଜନକଲ୍ୟାଣକାରୀ ଯୋଜନା କରାଯାଇଛି ତା’ର ରାଜ୍ୟବ୍ୟାପୀ ପ୍ରଚାର ମଧ୍ୟ କରାଯିବ। ସମସ୍ତ ୩୩ଟି ସାଂଗଠନିକ ଜିଲ୍ଲାରେ ଜୋରଦାର ଉତ୍ସବ ପାଳନ ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖ ଥାଉ କି, ମାର୍ଚ୍ଚ ୫ ତାରିଖରେ ବିଜେଡି ସରକାର ଓଡିଶାରେ ନିଜର ୨୦ ବର୍ଷର ଶାସନ ପୁରା କରିବ । ଏବଂ ବିଜେଡି ଯୁବ ଓ ମହିଳା ସଦସ୍ୟଙ୍କ ସହ ୭ଦିନ ବ୍ୟାପି ଜୟନ୍ତୀ ପାଳନ କରିବ । ଏହା ସହିତ ବିଜେଡି ଦଳ ବ୍ୟତୀତ ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଜୁ ବାବୁଙ୍କ ଜନ୍ମମାଟି କଟକରେ ଏକ ବିରାଟ ସମାରୋହ ଆୟୋଜନ କରାଯିବ । ରାଜ୍ୟରେ ସମସ୍ତ ବ୍ଲକ, ନିର୍ବାଚନ ମଣ୍ଡଳୀ ରେ ପାଳନ କରାଯିବକୁ ନିଷ୍ପତ୍ତି ନିଆଯାଇଛି। ବିଜୁ ବାବୁଙ୍କ ସାହାସିକତା ଓ ଓଡ଼ିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଯିବା। ଏହା ସହ ୨୦ ବର୍ଷର ସଫଳତା କଥା ବି ଲୋକଙ୍କ ପାଖକୁ ପହଞ୍ଚାଇବ ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe