କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ ହେବ । ଏ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
Advertisment
ନିଜ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବେରିୟମ ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ସାରା ଦେଶରେ ଲାଗୁ ହେବ । ରାଜସ୍ଥାନ ସରକାରଙ୍କ ବାଣ କଟକଣା ପାଇଁ ନିର୍ଦ୍ଦେଶ ଦେବାକୁ ଆଗତ ଏକ ପିଟିସନ ଉପରେ ବିଚାର କରି କୋର୍ଟ କହିଛନ୍ତି ଯେ ଏଥିଲାଗି କୌଣସି ନୂଆ ରାୟ ଦେବାର ଆବଶ୍ୟକତା ନାହିଁ, କାରଣ ଦିଲ୍ଲୀ-ଏନସିଆର ପାଇଁ ଦିଆଯାଇଥିବା ରାୟ ସାରା ଦେଶରେ ଲାଗୁ ହେବ । ସାରା ଦେଶରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଏଣୁ ସାରା ଦେଶରେ ଏହି କଟକଣା ଲାଗୁ ହେବ । ରାଜ୍ୟମାନେ କେବଳ ଏହି ପାର୍ବଣ ଋତୁରେ ନୁହେଁ, ତାପରେ ବି ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଏହି କଟକଣା ଲାଗୁ କରିବେ ବୋଲି କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ୨୦୨୧ରେ ଏକ ରାୟ ମାଧ୍ୟମରେ ହାନୀକାରଣ ରସାୟନ ଥିବା ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ । ତେବେ ବାଣ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇନାହିଁ ।