ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ଓ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର । ୪ଟି ଆଲମୀରା ଓ ୩ଟି ସିନ୍ଦୁକରେ ଥିଲା ସୁନା, ରୂପା ଓ ଦୁର୍ଲଭ ଅଳଙ୍କାର

Advertisment
ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ଓ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର । ୪ଟି ଆଲମୀରା ଓ ୩ଟି ସିନ୍ଦୁକରେ ଥିଲା ସୁନା, ରୂପା ଓ ଦୁର୍ଲଭ ଅଳଙ୍କାର

କନକ ବ୍ୟୁରୋ : ୧୪ ତାରିଖର ଅଧାରେ ଅଟକିଥିବା କାର୍ୟ୍ୟ ଆଗକୁ ବଢିଛି। ଶ୍ରୀ ଲୋକନାଥଙ୍କ ଠାରୁ ଅନୁମତି, ମା’ ବିମଳା, ମା’ ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ରଥାରୂଢ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରଥିଲେ ତଦାରଖ କମିଟିର ସଦସ୍ୟମାନେ। ପାରମ୍ପରିକ ଧୋତି ଗାମୁଛା ପରିଧାନ କରି ମାହେଦ୍ରବେଳା ସକାଳ ୯ଟା ୫୧ରେ ଭିତର ଭଣ୍ଡାର ତାଲା ଖୋଲି ଭିତରକୁ ପ୍ରବେଶ କରିଥିଲେ ସମସ୍ତ ସଦସ୍ୟ। ରତ୍ନଭଣ୍ଡାରକୁ ଆଲୋକିକରଣ କରାଯାଇଥିଲା। ଟ୍ରେଜେରୀରୁ ଆସିଥିବା ନୂଆ ଚାବିରେ ଭଣ୍ଡାର ଖୋଲାଯିବା ସହ ରତ୍ନ ଓ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଜ ଘର’କୁ ସ୍ଥାନାନ୍ତର କରାଯାଇଥିଲା।

ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା ତଦାରଖ କରିବା ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ।ଏପଟେ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ଏ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଗଜପତି ମହାରାଜ କହିଛନ୍ତି, ଏଏସଆଇ ଯେବେଠାରୁ ଦାୟିତ୍ୱ ନେଇଛି, ସେବେଠାରୁ ରତ୍ନଭଣ୍ଡାର ଖୋଲାଯାଇ ନାହିଁ। ରତ୍ନଭଣ୍ଡାରର ମରାମତି ଦାୟିତ୍ବ ଏଏସଆଇକୁ ଦାୟିତ୍ୱ ଦିଆଯିବା ପରେ ସୁଡ଼ଙ୍ଗ ନେଇ ଚିତ୍ର ସ୍ପଷ୍ଟ ହେବ।

ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲା ଯାଇଥିଲା। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାରର ୩ଟି ତାଲା ଭଙ୍ଗାଯିବା ସହ ୨ଟି ନୂଆ ତାଲା ପକାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଥିଲା । ସେହି ନୂଆ ତାଲାର ଚାବି ଟ୍ରେଜେରିରୁ ଆଣି ଆଜି ପୁଣି ଥରେ ଭଣ୍ଡାର ଖୋଲାଯାଇଛି। ୧୯୭୮ରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା। ୪୬ ବର୍ଷ ପରେ ପୁଣି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ସହ ସବୁ ରହସ୍ୟରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe