ପଶୁ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି । ଜାନୁଆରୀରୁ ୪ଦଫା ଦାବି ନେଇ ଚାଲିଛି ବିକ୍ଷୋଭ, ଚିିକିତ୍ସା ନପାଇ ପଶୁ ଜନ୍ତୁଙ୍କୁ ନେଇ ଫେରୁଛନ୍ତି ଲୋକେ

305

କନକ ବ୍ୟୁରୋ : ପଶୁ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଯାହାଫଳରେ ପଶୁ ଜନ୍ତୁଙ୍କର ସଠିକ୍ ଭାବେ ଚିକିତ୍ସା ମିଳିପାରୁନି । ଗତ ଜାନୁଆରୀ ୧୮ ତାରିଖଠାରୁ ୪ ଦଫା ଦାବୀ ନେଇ ସାରା ରାଜ୍ୟରେ ଭେଟନେରୀ ଡ଼ାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲେଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାରେ ୩୮ ଟି ପଶୁ ଚିକିସô୍ାଳୟ ରହିଛି । ସେଥିରେ ୯୪ ଜଣ ଡ଼ାକ୍ତର ମଧ୍ୟ ରହିଛନ୍ତି କିନ୍ତୁ ସେମାନଙ୍କ ଦାବୀ ପୁରଣ ନହେବା ପର୍ଯ୍ୟନ୍ଦ ସମସ୍ତେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦାଳନ କରୁଛନ୍ତି । ସେପଟେ ପଶୁ ଚିକିସô୍ାଳୟକୁ ଆସୁଥିବା ଲୋକ ଫେରି ଯାଉଛନ୍ତି ।