କନକ ବ୍ୟୁରୋ : ଗଂଜାମ ରୁଟରେ ଆଜିଠୁ ବସ ଚଳାଚଳ ବନ୍ଦ ନିଷ୍ପତି ୧୨ଟା ଯାଏଁ ସ୍ଥଗିତ ରହିଛି । ସରକାର ଦିନ ୧୨ ଯାଏଁ ସମୟ ମାଗିଥିବାରୁ ବର୍ତ୍ତମାନ ବସ୍ ଚଳାଚଳ ସ୍ୱାଭାବିକ ରହିଛି । ତେବେ ଦିନ ୧୨ଟା ଭିତରେ ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗଂଜାମ ରୁଟରେ ବସ୍ ଗଡିବ ନାହିଁ ବୋଲି ଚେତାବନୀ ଦେଇଛି ଘରୋଇ ବସ ମାଲିକ ସଂଘ ।
ଶୁକ୍ରବାର ୪ଟି ଘରୋଇ ବସକୁ କିଛି ଦୃବୁର୍ତ ନିଜ କବଜାକୁ ନେଇଥିଲେ । ଏହି ଦୃବୁର୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ବସ୍ ବନ୍ଦ ନିଷ୍ପତି ନେଇଛି । ବସ ଅପହରଣକାରୀଙ୍କୁ ଗିରଫ କରାନଗଲେ ଭୁବନେଶ୍ୱରରୁ ଗଂଜାମ ଯାଉଥିବା ପ୍ରାୟ ୨୦୦ ବସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-25-07h40m50s366.png)