ସେଲୁନ ଖୋଲିବାକୁ ଅନୁମତି ଦେଲେ ସରକାର : ହେଲେ ପାର୍ଲର ଉପରେ ଜାରି ରହିଲା କଟକଣା; କାମଧନ୍ଦା ହରାଇ ଥିବାରୁ ପାର୍ଲର ଖୋଲିବା ଦାବିରେ ଅଲ ଓଡ଼ିଶା ବିୟୁଟି ଆସୋସିଏସନ୍ସ ପକ୍ଷରୁ ଧାରଣା

453

କନକ ବ୍ୟୁରୋ : ସେଲୁନ୍ ଖୋଲିଲେ ସରକାର, ହେଲେ ପାର୍ଲର ଖୋଲିଲେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଏଥିରେ ସଂକ୍ରମଣ ହାରକୁ ଦେଖି ସମସ୍ତ ୩୦ଟି ଜିଲ୍ଲାକୁ କାଟେଗୋରି ଏ’ ଓ କାଟାଗୋରୀ ବି’ ରେ ଭାଗ କରିଛନ୍ତି । ହେଲେ ଦୁଇଟିଯାକ କାଟାଗୋରୀରେ ଛୋଟ ଛୋଟ ସେଲୁନ ସବୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

କୋଭିଡ଼ ନିୟମକୁ ମାନି ସେଲୁନ୍ ଗୁଡ଼ିକୁ ଖୋଲିବା ପାଇଁ କୁହାଯାଇଛି । ହେଲେ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇନଥିବାରୁ ଅସନ୍ତୋଷ ବଢିବାରେ ଲଗିଛି । ଦୀର୍ଘ ଦିନହେଲା ପାର୍ଲର ବନ୍ଦଥିବାରୁ ମାଲିକ ଓ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ କାମ ଧନ୍ଦା ହରାଇ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି । ତେଣୁ କୋଭିଡ଼ ନୀୟମ ଭିତରେ ପାର୍ଲର ଖେଶଲିବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିିଶା ବିୟୂୁଟି ଆସୋସିଏସନ୍ସ । ଆଜି ରାଜଧାନୀ ଭୁବନେଶ୍ୱରରେ ଆସୋସିଏସନ୍ସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।