ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେଶନ । ଯୋଗଦେଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ହ୍ରାସ ପାଉଥିବା ସାମାଜିକ ଦାୟିତ୍ବ ନେବାକୁ ଓକିଲଙ୍କୁ ଆହ୍ବାନ

ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେଶନ । ଯୋଗଦେଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ହ୍ରାସ ପାଉଥିବା ସାମାଜିକ ଦାୟିତ୍ବ ନେବାକୁ ଓକିଲଙ୍କୁ ଆହ୍ବାନ

କନକ ବ୍ୟୁରୋ : ସ୍ୱାଧୀନତା ଆନ୍ଦୋଳନ କାଳରେ ଓକିଲମାନେ ସାମାଜିକ ଦାୟିତ୍ୱବୋଧତାକୁ ଗୁରୁତ୍ୱ ଦେଉଥିଲେ । ତାହା ହ୍ରାସ ପାଉଥିବାରୁ ସାମାଜିକ ଦାୟିତ୍ୱ ନେବାକୁ ଓକିଲମାନଙ୍କୁ ଆଗେଇ ଆସିବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି ସମ୍ବାଦର ମୁଖ୍ୟ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଜଟଣୀ ଟାଉନ୍ ହଲ୍ଠାରେ ଆୟୋଜିତ ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେସନରେ ଏହା କହିଛନ୍ତି ମୁଖ୍ୟବକ୍ତା ସୌମ୍ୟରଂଜନ ।

ଏହି ସମ୍ମିଳନୀରେ ଆଇନଜୀବୀ ସହାୟତା ପାଣ୍ଠିକୁ ୧୦ କୋଟିକୁ ବୃଦ୍ଧି, ଭୁବନେଶ୍ୱରରେ ହାଇକୋର୍ଟ ସର୍ଭିସ ବେଂଚ ସ୍ଥାପନ ଓ ଆଡଭୋକେଟ୍ ଏକାଡେମୀକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ମହାସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ସଭାପତି ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟସଭା ସାଂସଦ ସୁଜିତ କୁମାର. ଓଡିଶା ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ ବିକେ ପଟେଲ, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଜଟଣୀ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତି ଥିଲେ । ଏହି ଦିନିକିଆ ସମ୍ମିଳନୀରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe