ଲୋକସେବା ଭବନ ସମ୍ମୁଖରେ ମଂଚ କଳାକାରଙ୍କ ଅଭିନବ ପ୍ରତିବାଦ : ଗୀତ ଗାଇ ବାଜା ବଜାଇ ଜଣାଇଲେ ଦାବି

106

କନକ ବ୍ୟୁରୋ : ଲୋକସବା ଭବନ ଆଗରେ ମଂଚ କଳାକାର ପକ୍ଷରୁ ନିଆରା ପ୍ରତିବାଦ । ଗାଇ ଗାଇ ବାଜା ବଜାଇ ପ୍ରତିବାଦ କରିଛନ୍ତି କଳାକର । ବୃ୍ତି ମୋର ପୋଷେ କୁଟୁମ୍ବ- ଏହି ଲୋକକଥା ଏବେ ଏହି କଳାକାରଙ୍କ ପାଇଁ ଅଭିଶାପ ପାଲଟିଛି । କାରଣ କରୋନା ପାଇଁ ଦୁଇ ବର୍ଷ ହେଲା ସେମାନଙ୍କ ଜୀବିକା ବନ୍ଦ ରହିଛି ।

ବାରମ୍ବାର ଏନେଇ ଅଭିଯୋଗ, ଆପତି, ଗୁହାରି ପରେ ବି ସରକାର ଶୁଣୁନାହାନ୍ତି । ନିଜ କଳା ଦ୍ୱାରା ଓଡିଶାରେ ସାରା ବିଶ୍ୱରେ ପରିଚୟ ଦେଇଥିବା ଏହି କଳାକାର ଆଜି ନିଜ ପରିଚୟ ହରାଇବସିଛନ୍ତି । ତେଣୁ ବାଧ୍ୟ ହୋଇ ଆଜି ସେମାନେ ଲୋକସଭା ଭବନ ଆଗରେ ଗୀତ ଗାଇ, ବାଜା ବଜାଇ ଏଭଳି ନିଆରା ପ୍ରତିବାଦ କରିଛନ୍ତି ।