କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସାରା ରାତି ଗ୍ରାମବାସୀ ଧାରଣାରେ ବସିଲେ । କୃଷ୍ଣପ୍ରସାଦ ମୁଣ୍ଡାବର ଗାଁର ଗୁନା ସାହୁ ହତ୍ୟାକାଣ୍ଡ ଘଟଣାରେ ଗାଁର ଶତାଧିକ ମହିଳା ଓ ପୁରୁଷ କୃଷ୍ଣପ୍ରସାଦ ଥାନା ସମ୍ମୁଖରେ ରାତି ସାରା ଆନ୍ଦୋଳନ କରିଛନ୍ତି । ଥାନା ସମ୍ମୁଖରେ ରୋଷେଇ କରି ଖାଇଛନ୍ତି ଲୋକେ । ପଥର ପକାଇ କୃଷ୍ଣପ୍ରସାଦ ଥାନାକୁ ଅବରୋଧ କରିଛନ୍ତି ।

Advertisment

ଗତ ୨୬ ତାରିଖରେ ମୁଣ୍ଡାବର ଗାଁର ଗୁନା ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଫେଲ ମାରିଛି କୃଷ୍ଣ ପ୍ରସାଦ ଥାନା ପୋଲିସ । ଏହାର ପ୍ରତିବାଦରେ ନ୍ୟାୟ ପାଇଁ ମୁଣ୍ଡାବର ଗାଁର ଶତାଧିକ ମହିଳା ଓ ପୁରୁଷ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ମୁଣ୍ଡାବର ଗ୍ରାମବାସୀ ଜିଦି ଧରିଛନ୍ତି ।