ସାରାରାତି ଶୋଇବେନି ସାଆନ୍ତେ । କାଳିଆ ଠାକୁରଙ୍କୁ ରାତିସାରା ଦର୍ଶନ କରିବେ ଭକ୍ତ, ଜାଣନ୍ତୁ କେବେ ସାରାରାତି ଖୋଲାରହିବ ଶ୍ରୀମନ୍ଦିର ।

1,761

କନକ ବ୍ୟୁରୋ : ସାରାରାତି ଶୋଇବେନି ସାଆନ୍ତେ । ଆସନ୍ତା ୨୫ ତାରିଖରେ ରାତିସାରା ଜଗାକୁ ଦର୍ଶନ କରିବେ ଭକ୍ତ । ନିକଟ ଅତୀତରେ କେବେ ଏହିଭଳି ଦେଖିବାକୁ ମିଳିନଥିଲା ।  ଏହାପୂର୍ବରୁ ରାତିସାରା ମହାପ୍ରଭୁଙ୍କୁ ହୁଏତ କେହି ଦର୍ଶନ କରିନଥିବେ । ଆସନ୍ତା ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟପରାଗ ଗ୍ରାସ କରିବାକୁ ଥିବା ବେଳେ ଏହାର ୧୨ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ନୀତିକାନ୍ତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ଯେଉଁଥିପାଇଁ ସାରାରାତି ଶ୍ରୀମନ୍ଦିର ଖୋଲା ରହିବ । ଏହି ସମୟରେ ଶ୍ରୀଜିଉଙ୍କୁ ରାତି ସାରା ଦର୍ଶନ କରିପାରିବେ ଭକ୍ତ ।

ଆସନ୍ତା ଡିସେମ୍ବର ୨୬ ତାରିଖରେ ଦେଖିବାକୁ ମିଳିବ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ତେବେ ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିଘଣ୍ଟ ପ୍ରସ୍ତୁତ କରାଯାଇଛି । ୨୬ ତାରିଖ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ଟା ୨୦ ମିନିଟରେ ଶେଷ ହେବ । ପ୍ରାୟ ୩ ଘଣ୍ଟା ୯ ମିନିଟ୍ ୨ ସେକେଣ୍ଡ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ସମୟରେ ପାକ ତ୍ୟାଗ କରିବା ସହ ଦେବ ନୀତି ନିଷେଧ ରହିବ ।

ତେବେ ସୂର୍ଯ୍ୟପରାଗ ଗ୍ରାସ କରିବାର ୧୨ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜା ସମ୍ପନ୍ନ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟପରାଗ ସ୍ୱର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ୨୫ ରିଖ ରାତ୍ରି ୮ଟା ୨୦ ମିନିଟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ତେଣୁ ଗ୍ରହଣ ନୀତିକୁ ନେଇ ୨୫ ତାରିଖ ରାତ୍ର ୮ଟା ୨୦ ମିନିଟ ପୂର୍ବରୁ ଦେବନୀତି ସମ୍ପନ୍ନ କରିବାକୁ ପଡିବ । ତେବେ ୨୫ ରିଖ ରାତି ୮.୨୦ରୁ ସମସ୍ତ ନୀତି ବନ୍ଦ ରହି ସାରା ରାତି ମନ୍ଦିର ଖୋଲା ରହିବ ଓ ଭକ୍ତ ଦର୍ଶନ କରିବେ । ତେବେ ଏହି ସୂର୍ୟ୍ୟ ପରାଗ ପାଇଁ ନୀତି ଶୃଙ୍ଖଳିତ ଓ ସଅଳ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ । ସେପଟେ ପଂଜିକାରଙ୍କ ମତରେ ୬ଟି ରାଶି ପାଇଁ ଏହି ସୂର୍ଯ୍ୟପରାଗ ଦର୍ଶନ ଶୁଭଙ୍କର ବୋଲି କହିଛନ୍ତି ପଂଜିକାର ।

ପଂଜିକାର ଓ ଶ୍ରୀମନ୍ଦିର ପ୍ରଶାସନ ମୁକ୍ତିମଣ୍ଡପ ପଣ୍ଡିତ ସଭା ସୁଚନା ଅନୁଯାୟୀ ସୂର୍ଯ୍ୟପରାଗ ସ୍ପର୍ଶ ଦିନ ୮ଟା ୨୦ ମିନିଟରେ ଗ୍ରହଣ ସ୍ପର୍ଶ ହୋଇ ଦିନ ୧୧ଟା ୨୦ରେ ମୋକ୍ଷ ହେବ । । ତେଣୁ ଗ୍ରହଣ ନୀତିକୁ ନେଇ ୨୫ ତାରିଖ ରାତ୍ର ୮ଟା ୨୦ ମିନିଟ ପୂର୍ବକୁ ଦେବନୀତି ସମ୍ପନ୍ନ କରିବାକୁ ପଡିବ । ତେଣୁ ୨୬ରେ ଗ୍ରହଣ ପରେ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ମାନ ହେବ । ତେବେ ଶ୍ରୀମନ୍ଦିରର ନୀତି ଆଧାରରେ ଚଳିତ ଗ୍ରହଣଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଓଡିଶାର ପ୍ରତିଟି ଘରେ ଘରେ ଏହି ଗ୍ରହଣକୁ ମାନିବା ବିଧେୟ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପଂଜିକାର ।

୨୬ ତାରିଖରେ ସୂର୍ଯ୍ୟପରାଗ ଗ୍ରାସ କରିବାକୁ ଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ନୀତିକାନ୍ତି ସମ୍ପନ୍ନ ହେବ । ଆଉ ଏହାସହ ପ୍ରଥମ ଥର ପାଇଁ ସାରା ରାତି ଶ୍ରୀମନ୍ଦିର ଖୋଲା ରହିବ ଓ ଭକ୍ତ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ନିକଟ ଅତୀତରେ ଏଭଳି କେବେ ଦେଖିବାକୁ ମିଳିନଥିଲା । ତେଣୁ ଭକ୍ତ ମାନେ ପ୍ରଥମଥର ପାଇଁ ରାତିସାରା ବଡଠାକୁରଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ ।