ଜୁନ ୧୬ରୁ ଦେଶରେ ଖୋଲିବ ସମସ୍ତ ସ୍ମାରକ । ପାଳନ ହେବ କୋଭିଡ ଗାଇଡଲାଇନ

144

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁଁ ଦେଶରେ ବନ୍ଦ ଥିବା ତାଜମହଲ ଭଳି ସ୍ମାରକ ଖୋଲିବାକୁ ନିର୍ଦ୍ଦେଶ । ସ୍ମାରକ ଖୋଲିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅର୍ଥାତ ଜୁନ ୧୬ରୁ ଦେଶରେ ସମସ୍ତ ସ୍ମାରକ ବୁଲିପାରିବେ ପର୍ଯ୍ୟଟକ । ହେଲେ ଏହି ସମୟରେ କୋଭିଡ ଗାଇଡ ଲାଇନ ପାଳନ କରାଯିବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ସ୍ମାରକକୁ ବନ୍ଦ କରିଦିଆଯାଇଥିଲା । ଏହି ସବୁ ସ୍ମାରକ ଅନେକ ଦିନ ହେବ ବନ୍ଦ ହୋଇରହିଥିଲା । ଏବେ ସଂକ୍ରମଣ କମିବା ପରେ ଏହି ସବୁ ସ୍ମାରକକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଏପ୍ରିଲ ମାସରେ ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିଲା । ଏଥିପାଇଁ ଏପ୍ରିଲ ୧୫ରୁ ସ୍ମାରକ ଗୁଡିକ ବନ୍ଦ କରାଯାଇ ଥିଲା । ପୁଣି ମେ ୩୧ ଓ ପରେ ଜୁନ ୧୫ ତାରିଖ ଯାଏଁ ଏହି ସାମ୍ରକ ବନ୍ଦ ରହିଥିଲା ।