କେତେ କାର୍ଯ୍ୟକାରୀ ହୋଇଛି ନିର୍ବାଚନୀ ଇସ୍ତାହାର ? ସରିଲା ସମୟ, ସବୁ ମନ୍ତ୍ରୀ ଦେଲେ ରିପୋର୍ଟ ।

178

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ । ସବୁ ବିଭାଗର ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ସବୁ ବିଭାଗର ମନ୍ତ୍ରୀ ।

ଏକ ମାସ ଭିତରେ ବିଭାଗ କି କାମ ସବୁ ହାତକୁ ନେଇଛି, ଦାୟିତ୍ୱ ନେବା ପରଠୁ ମନ୍ତ୍ରୀ କ’ଣ କରିଛନ୍ତି, କେଉଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ଆଗକୁ କ’ଣ କରିବାକୁ ବିଭାଗ ଯୋଜନା ରଖିଛି । ଏସବୁ ଟିକିନିଖି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତାକୁ ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କ୍ୟାବିନେଟ୍ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ମାସ ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ପ୍ରଥମ ମାସର ରିପୋର୍ଟ ଦାଖଲ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।