ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ ହେବ କରୋନା ପରୀକ୍ଷା : ୨୭ ଓ ୨୮ ତାରଖରେ ଦୁଇ ଦିନ ଧରି ହେବ କୋଭିଡ୍ ଟେଷ୍ଟ ; ସକାଳ ସାଢେ ୭ଟାରୁ ସାଢେ ୯ଟା ଯାଏଁ ହେବ ଟେଷ୍ଟ

53

କନକ ବ୍ୟୁରୋ : ବିଧାନସଭା ଅଧିବେଶନ ନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ । ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କ ହେବ କରୋନା ପରୀକ୍ଷା । ୨୭ ଓ ୨୮ ତାରଖରେ ଦୁଇ ଦିନ ଧରି ହେବ କୋଭିଡ୍ ଟେଷ୍ଟ । ସକାଳ ସାଢେ ୭ଟାରୁ ସାଢେ ୯ଟା ଯାଏଁ ହେବ ଟେଷ୍ଟ । ଅକ୍ଟୋବର ୪ରେ ପୁଣି ବିଧାୟକମାନେ କରିପାରିବେ କୋଭିଡ୍ ଟେଷ୍ଟ । ଅଧିବେଶନ ବେଳେ ଅସୁସ୍ଥ ଅନୁଭବ କଲେ ଆଣ୍ଟିଜେନ୍ ଟେଷ୍ଟ କରିପାରିବେ ।

ମାସ୍କ, ହ୍ୟାଣ୍ଡ ଗ୍ଲୋଭସ, ସାନିଟାଇଜର ବ୍ୟବହାର କରିବେ ବିଧାୟକ । ବିଧାନସଭା ସଚିବାଳୟର ସବୁ କର୍ମଚାରୀଙ୍କ ବି ନମୁନା ପରୀକ୍ଷା ହେବ । ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।