ସମସ୍ତ ବିଧାୟକଙ୍କର ହେବ କରୋନା ଟେଷ୍ଟ : ବିଧାନସଭା ବସିବାର ଦୁଇଦିନ ପୂର୍ବରୁ କରାଯିବ ନମୁନା ପରୀକ୍ଷା, ରିପୋର୍ଟ ନେଗେଟିଭ୍ ଆସିଲେ ମିଳିବ ପ୍ରବେଶ ଅନୁମତି

 ବୟସ୍କଙ୍କ ବସିବା ପାଇଁ ହେବ ସ୍ୱତନ୍ତ୍ର ଆରେଞ୍ଜମେଂଟ 

195
କନକ ବ୍ୟୁରୋ : ବିଧାୟକଙ୍କ ହେବ କରୋନା ଟେଷ୍ଟ ।  ଅଧିବେଶନର ଦୁଇଦିନ ପୂର୍ବରୁ ପରିସରରେ ହେବ  ଆରଟିପିସିଆର ଟେଷ୍ଟ ।ଯେଉଁମାନଙ୍କର ନେଗେଟିଭ ଆସିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।  ବିଧାନସଭା ଆସିବା ସମୟରେ ଲକ୍ଷଣ ଦେଖାଦେଲେ ଆଂଟିଜେନ ଟେଷ୍ଟ ହେବ ।  ବିଧାନସଭା ପରିସରରେ ହିଁ ଅଧିବେଶନ ବସିବ ।
ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ  ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ ।  ଯେଉଁ ବିଧାୟକ ସଙ୍ଗରୋଧର ଆସିବେ ସେମାନେ ସଙ୍ଗରୋଧରେ ରହିବେ । କାହା ସହ ମିଶିବେନି ।

Comments are closed.