ଷଡଯନ୍ତ୍ର ପରେ ଷଡଯନ୍ତ୍ର ! ପାକିସ୍ତାନ ହାତରେ ଆଫଗାନିସ୍ତାନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Advertisment
ଷଡଯନ୍ତ୍ର ପରେ ଷଡଯନ୍ତ୍ର ! ପାକିସ୍ତାନ ହାତରେ ଆଫଗାନିସ୍ତାନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଦେଶର ଅର୍ଥନୀତିକୁ ନିଜ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଆଫଗାନିସ୍ତାନ ପାଇଁ ଅର୍ଥନୈତିକ ଯୋଜନା ଘୋଷଣା କରିବାର ଦିନକ ପରେ ପାକିସ୍ତାନ ଉକ୍ତ ଦେଶର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବର୍ଗୀକୃତ ନଥି ଆକାରରେ ନିଜ ଦେଶକୁ ବୋହି ନେଇଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅଲ୍‌ କାଏଦା ଆତଙ୍କବାଦୀଙ୍କ ଆମେରିକା ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ସେପ୍ଟେମ୍ବର ୧୧ରେ ନିଜର ନବନିଯୁକ୍ତ ତଥା ସେପ୍ଟେମ୍ବର ୭ରେ ଘୋଷିତ ଅନ୍ତରୀଣ ସରକାର କାର୍ଯ୍ୟାରମ୍ଭ କରିବାର ଯୋଜନାକୁ ତାଲିବାନ ବାତିଲ କରିବା ପରେ ଏ ଘଟଣା ସମ୍ବନ୍ଧରେ ଖବର ମିଳିଛି। ସୂଚନା ଅନୁସାରେ ଗୁରୁବାର ପାକିସ୍ତାନରୁ ମାନବିକ ସାହାଯ୍ୟ ନେଇ ଆସିଥିବା ତିନୋଟି ସି୧୭୦ ବିମାନ କାବୁଲରୁ ଅସଂଖ୍ୟ ଗୁରୁତ୍ବପୂର୍ଣ୍ଣ ନଥି ନେଇ ଫେରିଛି।

ପୂର୍ବତନ ଜାତୀୟ ପରାମର୍ଶଦାତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଏହି ସବୁ ନଥିପତ୍ର ନେଇଯାଇଛି। ସେଥି ମଧ୍ୟରେ ମୁଖ୍ୟତଃ ଏନ୍‌ଡିଏସ୍ କ୍ଲାସିଫାଏଡ୍ ଡକୁମେଣ୍ଟ, ହାର୍ଡ ଡିସ୍କ ଓ ଅସଂଖ୍ୟ ଡିଜିଟାଲ ରେକର୍ଡ ରହିଛି। ଆଇଏସ୍‌ଆଇ ଏହିସବୁ ତଥ୍ୟକୁ ନିଜ ବ୍ୟବହାରରେ ଲଗାଇବ, ଯାହା ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଆଇଏସ୍‌ଆଇ ହାତରେ ଏହିସବୁ ତଥ୍ୟ ରହିବା ଯୋଗୁ ତାଲିବାନମାନେ ସବୁକଥାରେ ପାକିସ୍ତାନ ଉପରେ ନିର୍ଭରଶୀଳ ହୋଇପଡ଼ିବେ। ତାଲିବାନମାନେ ଏହି ତଥ୍ୟଗୁଡ଼ିକ ବିଷୟରେ ପୂରା ଅନଭିଜ୍ଞ କାରଣ ଏଗୁଡ଼ିକର ଦାୟିତ୍ବରେ ଥିବା କର୍ମଚାରୀମାନେ ଆଉ ଚାକିରି କ୍ଷେତ୍ରକୁ ଫେରିନାହାନ୍ତି। ଆଇଏସ୍‌ଆଇ କର୍ମୀମାନଙ୍କୁ ନଥିଗୁଡ଼ିକୁ ଦେବା କାର୍ଯ୍ୟରେ ସହାୟତା କରିଥିଲେ ପାକିସ୍ତାନର ଆଫଗାନିସ୍ତାନ ରାଷ୍ଟ୍ରଦୂତ ମନସୁର ଅହମଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe