ଆପଣଙ୍କ ଅଞ୍ଚଳରେ କେଉଁ ତାରିଖରେ ନିର୍ବାଚନ । ଗୋଟିଏ କ୍ଲିକରେ ଜାଣନ୍ତୁ ପୂରା ତାଲିକା

2,542

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ରାଜନୈତିକ ଉଷ୍ମତା ବଢିଛି । ଏପ୍ରିଲ ୧୧ରୁ ନିର୍ବାଚନ ଫାଇଟ୍ ଆରମ୍ଭ ହୋଇ ମେ’୧୯ରେ ଶେଷ ହେବ । ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ ଯୁଦ୍ଧ । ରାଜ୍ୟରେ ମଧ୍ୟ ଏପ୍ରିଲ ୧୧ରୁ ଆରମ୍ଭ ହେବ ମହାଲଢେଇ ।

ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ (ଏପ୍ରିଲ ୧୧)
କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା କ୍ଷେତ୍ର

ଦ୍ୱିତୀୟ ପର୍ଯ୍ୟାୟ ଭୋଟ (ଏପ୍ରିଲ ୧୮)
ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଓ ଏହାର ଅଧୀନରେ ଆସୁଥିବା ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ

ତୃତୀୟ ପର୍ଯ୍ୟାୟ ଭୋଟ (ଏପ୍ରିଲ ୨୩)
ସମ୍ବଲପୁର, କେଉଁଝର,ଢେଙ୍କାନାଳ, ପୁରୀ, କଟକ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ଅଧୀନରେ ୪୨ଟି ବିଧାନସଭା ଆସନ ପାଇଁ ହେବ ମତଦାନ

ଚତୁର୍ଥ ପର୍ଯ୍ୟାୟ (ଏପ୍ରିଲ ୨୯)
ମୟୂୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର,ଭଦ୍ରକ ସଂସଦୀୟ କ୍ଷେତ୍ର ସହ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ହେବ ଭୋଟଦାନ

ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ :
ପ୍ରଥମ ପର୍ଯ୍ୟାୟ ଭୋଟ – ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ । ଏହି ଦିନ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୧୮ ତାରିଖରେ ହେବ । ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ହେବ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ – ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ । ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୨୯ରେ ଭୋଟ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମତଦାନ ହେବ ।