କନକ ବ୍ୟୁରୋ : ୟୁକ୍ରେନର ଯୁଦ୍ଧ ଆତଙ୍କ ଭିତରେ, କିଭରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ଏଚଭି ଶ୍ରିଙ୍ଗଲା । କହିଛନ୍ତି, ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ପଡୋଶୀ ଦେଶର ସୀମା ନିକଟକୁ ନିଆଯାଉଛି । ସ୍ୱତନ୍ତ୍ର ବିମାନ ସହାୟତାରେ ଖୁବ୍ ଶୀଘ୍ର ସେମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିସହ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତ ଦେହକୁ ମଧ୍ୟ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଋଷର ବୋମାମାଡରେ ଆଜି ଜଣେ ୟୁକ୍ରେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ର ନବୀନଙ୍କର ମୃତ୍ୟୁ ହୋଇଛି ।