ଏମଡିଏଚ୍ ମସଲାରୁ ବ୍ୟାକ୍ଟେରିଆ ତତ୍ତ୍ୱ ଥିବାର ମିଳିଲା ପ୍ରମାଣ ! ସାମ୍ବର୍ ମସଲା ପରେ ଏବେ ଏମଡିଏଚ୍ ବ୍ରାଣ୍ଡର ସବୁ ମସଲା ଜାଞ୍ଚ୍ କରିବାକୁ ଆଦେଶ ।

375

ଦେଶର ପ୍ରସିଦ୍ଧ ମସଲା କମ୍ପାନୀ ଏମଡିଏଚ୍ ସାମ୍ବର ମସଲାରେ ବ୍ୟାକ୍ଟେରିଆ ତତ୍ତ୍ୱ ବାହାରିବା ପରେ ଏବେ ଏମଡିଏଚ୍ ର ସବୁ ପ୍ରଡକ୍ଟ ଉପରେ ତନ୍ନତନ୍ନ କରି ଜାଞ୍ଚ୍ କରିବା କାମ ଆରମ୍ଭ ହୋଇଯାଇଛି । ଅଲ୍ ଇଣ୍ଡିଆ ଫୁଡ୍ ଆଣ୍ଡ୍ ଡ୍ରଗ୍ ଲାଇସେନ୍ସ ହୋଲ୍ଡର ଫାଉଣ୍ଡେସନ୍ ପକ୍ଷରୁ ମହାରାଷ୍ଟ୍ର ଅର୍ତ୍ତ ଏବଂ ଔଷଧ ପ୍ରଶାସନ ବିଭାଗକୁ ଏଥିପାଇଁ ଚିଠି ଲେଖାଯାଇଛି । ଯେଉଁଥିରେ ଆମେରିକା ଫୁଡ୍ ଆଣ୍ଡ୍ ଡ୍ରଗ୍ ଅଥୋରିଟି (ଏଫଡିଏ) ପକ୍ଷରୁ ଏମଡିଏଚ୍ ଉତ୍ପାଦରେ ସାଲ୍ମୋନେଲା ଥିବାର ପୃଷ୍ଟି କରାଯାଇଛି । ମସାଲାରେ ସାଲ୍ମୋନେଲା ବ୍ୟାକ୍ଟେରିଆ ବାହାରିବା ପରେ ଆମେରିକାରୁ ଏହାର ତିନୋଟି ପର୍ଯ୍ୟାୟର ସାମ୍ପଲ୍ ମଗାଯାଇଛି । ଏଫଡିଏ ଫକ୍ଷରୁ କରାଯାଇଥିବା ପରୀକ୍ଷାର ପରିଣାମ ସାମ୍ନାକୁ ଆସିବା ପରେ ସାମ୍ପଲ୍ ଜାଞ୍ଚ୍ କରିବାର ପଦକ୍ଷେପ ନିଆଯିବ । ମହାରାଷ୍ଟ୍ର ଏଫଡିଏକୁ ତୁରନ୍ତ ଏହି ମାମଲାର ଜାଞ୍ଚ୍ କରିବା ପାଇଁ ନିବେଦନ କରାଯାଇଛି ।

ମସଲା ସାମ୍ପଲ୍ କୁ ଫେରାଇଦେଲା ଆମେରିକା :

ଏଫଡିଏ ଦ୍ୱାରା ଏମଡିଏଚ୍ ବ୍ରାଣ୍ଡରୁ ସାଲ୍ମୋନେଲା ବ୍ୟାକ୍ଟେରିଆ ଥିବା ଜଣାପଡିବା ପରେ କମ୍ପାନୀ ମସଲାର ୩ ପର୍ଯ୍ୟାୟକୁ ଫେରାଇଦେଇଛି । ଏହି ସାମ୍ପଲକୁ ଲ୍ୟାବ୍ ରେ ମଧ୍ୟ ଟେଷ୍ଟ କରାଗଲା ଯେଉଁଥିରେ ସାଲ୍ମୋନେଲା ବ୍ୟାକ୍ଟେରିଆ ଦେଖିବାକୁ ମିଳିଲା । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ । ସାଲ୍ମୋନେଲା ଥିବା ଖାଦ୍ୟପଦାର୍ଥକୁ ଖାଇବା ଦ୍ୱାରା ୧୨ ରୁ ୭୨ ଘଣ୍ଟା ଭିତରେ ଜ୍ୱର,ପେଟବ୍ୟଥା,ଫୁଡ୍ ପଏଜନିଂ ଏବଂ ଅର୍ଶ ଭଳି ଅସୁବିଧା ଦେଖାଦେଇଥାଏ । ଏହି ରୋଗରୁ ନିସ୍ତାର ପାଇବା ପାଇଁ ୪ ରୁ ୭ ଦିନ ସମୟ ଲାଗିଥାଏ । ବୟସ୍କ , ନବଜାନ ଏବଂ ଦୁର୍ବଳ ଶରୀର ଏବଂ ମସ୍ତିଷ୍କରେ ଗ୍ରସ୍ତ ଥିବା ଲୋକଙ୍କ ପାଇଁ ଏହି ରୋଗ ଅଧିକ ଭୟାବହ ହୋଇଥାଏ ।