କନକ ବ୍ୟୁରୋ : କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ। ଭାରତୀୟ ମେଡିକାଲ ସଂଘ ପକ୍ଷରୁ ୨୪ ଘଣ୍ଟା କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଧର୍ମଘଟ ହେଉଛି। ଓପିଡି ଓ ଡାକ୍ତରଖାନାରେ ନିୟମିତ ଅସ୍ତ୍ରୋପଚାର ବନ୍ଦ କରାଯାଇଛି। ଏମରଜେନ୍ସି ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରୋପଚାର ହୋଇପାରୁନାହିଁ। ଏପଟେ ଓଡ଼ିଶାରେ ମଧ୍ୟ ୬ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସେବା ବନ୍ଦ ରହିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଡାକ୍ତରଖାନାକୁ ଆସି ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି ରୋଗୀ। ହସ୍ପିଟାଲ ଗୁଡ଼ିକୁ ସେଫ୍ ଜୋନ୍ ଭାବେ ଘୋଷଣା ସହ ବିମାନବନ୍ଦର ଭଳି ସୁରକ୍ଷା ଯୋଗାଇ ଦେବାକୁ ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ପର୍ୟ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ, ସୁରକ୍ଷା ଯାଞ୍ଚର ପ୍ରୋଟୋକଲ୍ ପାଳନ କରିବାକୁ ଅପିଲ ହୋଇଛି। ଏହାସହ ହସ୍ପିଟାଲରେ ରେସିଡେଣ୍ଟ ଡାକ୍ତରଙ୍କ କାର୍ୟ୍ୟ ସମୟ ନିର୍ଦ୍ଧାରଣ କରିବାକୁ ମଧ୍ୟ ଦାବି କରିଛି ସଂଘ। ଗତ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ କାର୍ୟ୍ୟରତ ଜଣେ ପୋଷ୍ଟ ଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରିଦିଆଯାଇଥିଲା। ଘଟଣା ପରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି।
ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ହନ୍ତସନ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗଠନ କରିବ କମିଟି, ଡାକ୍ତରଙ୍କ ଉପରେ ଆକ୍ରମଣର କରିବ ଅନୁଧ୍ୟାନ
/kanak/media/post_attachments/wp-content/uploads/2024/08/8-25.jpg)