ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।

Advertisment
ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।

କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟ ସଂଘଠନ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ ଘୋଷଣା କରିଛି ।

ନାଗପୁରରେ ସର୍ବଭାରତୀୟ ବ୍ୟବସାୟ ସଂଘଠନ ଦ୍ୱାରା ଆୟୋଜିତ ତିନି ଦିନର ଜାତୀୟ ବ୍ୟବସାୟ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି, ଯେଉଁଥିରେ ଦେଶର ସମସ୍ତ ରାଜ୍ୟର ୨୦୦ରୁ ଅଧିକ ପ୍ରମୁଖ ବ୍ୟବସାୟିକ ନେତା ଯୋଗ ଦେଇଛନ୍ତି। ଏହି ଘୋଷଣା ମିଳିତ ଭାବେ ଜାତୀୟ ସଭାପତି ବି.ସି ଭରତୀୟା ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରଭୀନ ଖଣ୍ଡେଲୱାଲ ଏବଂ ପରିବହନ କଲ୍ୟାଣ ସଂଘର ଜାତୀୟ ସଭାପତି ପ୍ରଦୀପ ସିଙ୍ଘଲ କରିଛନ୍ତି।

ଜିଏସଟି ପରିଷଦ ନିଜ ଲାଭ ପାଇଁ ଜିଏସଟିର ପ୍ରକୃତ ନିୟମକୁ ପରିବର୍ତ୍ତନ କରୁଛନ୍ତି ବୋଲି ଭାରତୀୟା ଏବଂ ଖଣ୍ଡେଲୱାଲ ଅଭିଯୋଗ କରି କହିଥିଲେ ଯେ ଜିଏସଟି ଏକ ସମ୍ପୂର୍ଣ୍ଣ ବିଫଳ ଟିକସ ବ୍ୟବସ୍ଥା ଏବଂ ଜିଏସଟିର ମୌଳିକ ପ୍ରକୃତି ସହିତ ଖେଳାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe