ଆସନ୍ତା ୨୮ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କ ହରତାଳ ଡାକରା ! ବିଭିନ୍ନ ସମସ୍ୟାକୁ ନେଇ ବନ୍ଦ ଡାକରା

14

କନକ ବ୍ୟୁରୋ : ଆସନ୍ତା ଫେବୃୟାରୀ ୨୮ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ହରତାଳ ଡାକରା ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା ୨୮ ତାରିଖରେ ସାରା ଦେଶରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ଏହି ହରତାଳରେ କିଛି ସରକାରୀ ବ୍ୟାଙ୍କ ଓ କିଛିବେସରକାରୀ ବ୍ୟାଙ୍କର କର୍ମଚାରୀ ସାମିଲ ହେବେ । ହରତାଳ ପୁର୍ବରୁ ଏସବିଆଇ, ପିଏନବି ଓ ବ୍ୟାଙ୍କ ଅଫ ବରୋଦା ହରତାଳ ବାବଦରେ ଏହାର ଜମାକାରୀମାନଙ୍କୁ ଜଣାଇଛନ୍ତି । ବିଶେଷକରି ଚେକ୍ କ୍ଲିୟରିଂ କ୍ଷେତ୍ରରେ ଅସୁବିଧା ହେବାର ଆଶଙ୍କା କରାଯାଉଛି ।