କେଜ୍ରିୱାଲଙ୍କ ଐତିହାସିକ ଘୋଷଣା । ୬ ମାସ ମଧ୍ୟରେ ରାଜ୍ୟରେ ସବୁ ସରକାରୀ ଗାଡି ହେବ ଇଲେକ୍ଟ୍ରିକ୍

201

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ । ଏନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ ।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା କରିଛନ୍ତି କି ଦିଲ୍ଲୀ ସରକାରଙ୍କ ଏଭଳି ପଦକ୍ଷେରୁ ପ୍ରେରଣା ପାଇ କେବଳ ଭାରତ ନୁହେଁ ସାରା ବିଶ୍ୱ ପ୍ରଦୁଷଣକୁ ନେଇ କରୁଥିବା ଲଢେଇରେ ଏହା ପ୍ରାଥମିକ ଏଜେଣ୍ଡା ହେବ । ସେ ଆହୁରି କହିଛନ୍ତି କି ଏବେ ଜଳବାୟୁ ପରିବର୍ତ୍ତନ ଓ ପର୍ଯ୍ୟାବରଣ ସହିତ ଜଡିତ ସମସ୍ୟାକୁ ସାରା ବିଶ୍ୱ ଗମ୍ଭୀରତାର ସହ ନେବାର ସମୟ ଆସିଛି । ଅନ୍ୟ ସମସ୍ୟା ଭଳି ଏହାକୁ ଗୁରୁତ୍ୱ ଦେଇ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ସିଶୋଦିଆ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦିଲ୍ଲୀ ଇଲେକ୍ଟିକ୍ ଭେଇକିଲ ନିୟମ-୨୦୨୦ ଅନୁସାରେ ଏହି ଆଦେଶ ଜାରି କରାଯାଇଛି । ଏହି ଆଦେଶ ମୁତାବକ ଦିଲ୍ଲୀ ସରକାରଙ୍କ ସମସ୍ତ ବିଭାଗରେ ଥିବା ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିକୁ ବଦଳାଇ ୬ ମାସ ମଧ୍ୟରେ ଇଲେକ୍ଟ୍ରିିକ୍ ଗାଡିର ଉପଯୋଗ କରାଯିବ । ଏହି ଇଲେକ୍ଟ୍ରିକ୍ ଗାଡି ଗୁଡିକ ମଧ୍ୟରୁ କିଛି କିଣାଯିବ ଓ କିଛି ଭଡା ସୂତ୍ରରେ ଅଣାଯିବ ବୋଲି କୁହାଯାଇଛି ।

ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହି ଇଲେକ୍ଟ୍ରିକ୍ ଗାଡି ଗୁଡିକୁ କିଣିବା ବା ଭଡାରେ ନେବା ପାଇଁ ଜେମ୍ ପୋର୍ଟାଲ ଅଥବା ଭାରତ ସରକାରଙ୍କ ଓର୍ଜା ବିଭାଗ ଅନ୍ତର୍ଗତ ପିଏସୟୁ ଇଇଏସଏଲ ର ଉପଯୋଗ କରାଯିବ ।
ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା ରଖିଛନ୍ତି କି ସମସ୍ତ ତୈଳ ଚାଳିତ ବାହାନ ଗୁଡିକୁ ତୁରନ୍ତ ବଦଳାଇ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର ଆରମ୍ଭ କରାଯିବ । ଏହା ପରିବେଶକୁ ବିଶୁଦ୍ଧ କରିବାରେ ସହାୟକ ହେବ ।