‘ଭାରତ ବନ୍ଦ’ ନେଇ ବଡ଼ ଖବର: କାଲି ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କୃଷକଙ୍କ ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।

327

କନକ ବ୍ୟୁରୋ: ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ । ଭାରତ ବନ୍ଦକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । କୃଷକଙ୍କ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଦିନ ୩ଟା ଯାଏଁ ସାରା ଭାରତରେ ଚକା ଜାମ୍ ରହିବ । ଏପରିକି ତେବେ ବନ୍ଦ ପାଇଁ ହୋଇଥିବା ମଞ୍ଚକୁ କୌଣସି ରାଜନେତାଙ୍କୁ ଅନୁମତି ମିଳିବ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ଭାରତ ବନ୍ଦ କରିବାକୁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ସବୁଠାରୁ ବଡ଼ କଥା ହେଲା ୬ବର୍ଷ ଭିତରେ ହୁଏତ ପ୍ରଥମ ଥର ପାଇଁ ମୋଦି ସରକାର ସବୁଠାରୁ ବଡ଼ ଆନ୍ଦୋଳନକୁ ସାମ୍ନା କରିବାକୁ ଯାଉଛନ୍ତି । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଚାଷୀମାନେ ଚକା ଜାମ ଆନ୍ଦୋଳନର ଚେତାବନୀ ଦେଇଥିବାରୁ ଆସନ୍ତାକାଲି ପରିବହନ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।