ରାଜଧାନୀରେ ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲିବ : ଆଜିଠୁ ଆଉ ୭ଟି କାର୍ଯ୍ୟକ୍ଷମ ହେବା ନେଇ ବିଏମସିର ସୂଚନା

143

କନକ ବ୍ୟୁରୋ : ରାଜଧାନୀରେ ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲିବ । କରୋନା ପାଇଁ ମାର୍ଚ୍ଚ ମାସରୁ ସମସ୍ତ ଆହାର କେନ୍ଦ୍ର ବନ୍ଦ ଥିଲା ।  ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ଖୋଲିବ । ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିଠୁ ବରମୁଣ୍ଡା ବସଷ୍ଟାଣ୍ଡ, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଞ୍ଚେଶ୍ବର, ମାଷ୍ଟରକ୍ୟାଣ୍ଟିନରେ ଥିବା ୭ଟି ଯାକ ଆହାର କେନ୍ଦ୍ର ଖୋଲିବ । ଏହା ପୂର୍ବ ଭଳି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବ । ଏବେ ଏମ୍‌ସ ହସ୍ପିଟାଲ ନିକଟରେ ୨ଟି, କ୍ୟାପିଟାଲ ହସ୍ପିଟାଲ ନିକଟରେ ଗୋଟିଏ, କଳିଙ୍ଗ ହସ୍ପିଟାଲ ନିକଟରେ ଗୋଟିଏ, ସମ୍‌ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି ।