ଜିଓର ଦମଦାର ଅଫର । ଏତିକି ଟଙ୍କାର ରିଚାର୍ଜ ଉପରେ ୨ ବର୍ଷ ପର୍ଯ୍ୟନ୍ତ ମିଳିବ ସମସ୍ତ ସୁବିଧା

1,558

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ପାଇଁ ମୋବାଇଲ ନେଟୱର୍କ କମ୍ପାନୀ ଜିଓର ବ୍ୟବସାୟ ମାନ୍ଦା ହୋଇଛି । ଏହି ମାନ୍ଦାବସ୍ଥାରୁ ବାହାରିବାକୁ ଜିଓ ଏବେ ତା’ର ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରିଛି । ଏହି କ୍ରମରେ ଜିଓ ଏବେ ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ଅଫର ଲଞ୍ଚ କରିଛି । ଏହି ଅଫର ନା ରହିଛି ‘ନ୍ୟୁ ଜିଓ ଫୋନ ୨୦୨୧ ଅଫର’ । ଏହି ଅଫର ମୁତାବକ ଯଦି ଜଣେ ଗ୍ରାହକ ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ କିଣୁଛନ୍ତି ତାହେଲେ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ନେଟୱର୍କକୁ ଅସୀମିତ କଲର ସୁବିଧା ସହ ପ୍ରତି ମାସରେ ୨ ଜିବି ଡାଟା ଉପଲବ୍ଧ କରାଇବ କମ୍ପାନୀ ।

ସେହିଭଳି ଜିଓର ଅନ୍ୟଏକ ପ୍ଲାନରେ ଯଦି ଜଣେ ଗ୍ରାହକ ୧୪୯୯ ଟଙ୍କାରେ ଜିଓର ନୂଆ ଫୋନ କିଣୁଛନ୍ତି ତାହେଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ନେଟୱର୍କକୁ ଅସୀମିତ କଲ୍ ର ସୁବିଧା ମିଳିବା ସହ ପ୍ରତିମାସ ୨ ଜିବି ଡାଟା ମିଳିବ । ଏହାସହ ପୁରୁଣା ଜିଓ ମୋବାଇଲରେ ଯଦି ଆପଣ ୭୫୦ ଟଙ୍କାର ରିଚାର୍ଜ କରୁଛନ୍ତି ତାହେଲେ ଗ୍ରାହକଙ୍କୁ ଗୋଟିଏ ବର୍ଷ ପାଇଁ ଅସୀମିତ କଲର ସବୁଧା ମିଳିବା ସହ ପ୍ରତିମାସ ୨ ଜିବି ଡାଟା ମିଳିବ ।

କମ୍ପାନୀର ସୂଚନା ମୁତାବକ ଏହି ଅଫର ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ । ୨ ଜି ମୁକ୍ତ ଭାରତ ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ଦେଶରେ ଜିଓ ଗ୍ରାହକଙ୍କ ସଂଖ୍ୟା ୧୦ କୋଟିରେ ପହଂଚିଥିବା ବେଳେ କମ୍ପାନୀ ନଜରରେ ରହିଛନ୍ତି ୩୦ କୋଟି ୨ ଜି ଗ୍ରାହକ । ସେମାନଙ୍କୁ କିଭଳି ୪ ଜି ସେବା ଯୋଗାଇ ଦିଆଯିବ ସେନେଇ କମ୍ପାନୀ ଏଭଳି ଶସ୍ତା ପ୍ଲାନ ଲଂଚ କରିଛି ।

Comments are closed.