ଟୋକିଓ ଅଲିମ୍ପିକ୍ସ : ଆଜି ସେମିଫାଇନାଲରେ ଚାଇନିଜ ତାଇପେଇର ତାଇ ତିଜୁ ଇଙ୍ଗଙ୍କୁ ଭେଟିବେ

233

କନକ ବ୍ୟୁରୋ : ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଲେ ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ । ଆଜି ସେମିଫାଇନାଲରେ ଚାଇନିଜ ତାଇପେଇର ତାଇ ତିଜୁ ଇଙ୍ଗଙ୍କୁ ଭେଟିବେ ସିନ୍ଧୁ । ସିନ୍ଧୁ ଓ ତାଇ ଜୁ ପୂର୍ବରୁ ପରସ୍ପରକୁ ୭ ଥର ମ୍ୟାଚରେ ଭେଟିଛନ୍ତି । ଏଥିରୁ ସିନ୍ଧୁ ୫ଟି ମ୍ୟାଚ ଜିତିଥିବା ବେଳେ ତାଇ ଜୁ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି ।

ଆଜିର ସେମିଫାଇନାଲ ମ୍ୟାଚ ଉପରେ ରହିଛି ସାର ଦେଶର ନଜର । ଆଜି ଯଦି ମ୍ୟାଚରେ ସିନ୍ଧୁଙ୍କ ଭଲ ପ୍ରଦର୍ଶନ ରହିଲା ତେବେ ଭାରତକୁ ଆଉ ଏକ ପଦକ ସୁନିଶ୍ଚିତ । ଗତକାଲି ଜାପାନର ୟାମାଗୁଚିଙ୍କୁ ହରାଇ ବ୍ୟାଡମିଂଟନ ମହିଳା ସିଙ୍ଗଲ ସେମିଫାଇନାଲରେ ପହଂଚିଥିଲେ ସିନ୍ଧୁ । ସିଧାସଳଖ ୨ଟି ସେଟରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିଲେ ସିନ୍ଧୁ । ସିନ୍ଧୁ ୨୧-୧୩, ୨୨-୨୦ ସେଟରେ ୟାମାଗୁଚିଙ୍କୁ ହରାଇ ଥିଲେ ପିଭି ସିନ୍ଧୁ ।