କନକ ବ୍ୟୁରୋ : ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଓଡ଼ିଶାରୁ କାହାକୁ ମିଳିବ ସୁଯୋଗ । କିଏ ହେବ ଓଡ଼ିଶାରୁ ମୋଦୀଙ୍କ ବ୍ଲୁ-ଆଇଡ୍ ମ୍ୟାନ, ତାକୁ ନେଇ ନାନା ଆଲୋଚନା ଓ ଆକଳନ ଚାଲିଛି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦୁଇ ଜଣଙ୍କୁ ଏଥର ମନ୍ତ୍ରୀ ପଦ ମିଳିପାରେ । ଏହାସହ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କ ବାସଭବନରେ ପହଂଚିଥିବାର ମଧ୍ୟ ଖବର ମିଳିଛି । ଅଶ୍ୱିନୀ ବୈଷ୍ଣବ ୨୦୧୯ ଜୁନ୍ ୨୮ରେ ରାଜ୍ୟସଭାକୁ ଯାଇଥିଲେ । ରାଜନୀତିରେ ଏକ ବିରଳ ଘଟଣାକ୍ରମେରେ ଉଭୟ ବିଜେପି ଓ ବିଜେଡି ମିଳିତ ଭାବେ ତାଙ୍କୁ ରାଜ୍ୟସଭାକୁ ପଠାଇବାରେ ଭୂମିକା ନେଇଥିଲେ । ୫୧ ବର୍ଷୀୟ ଅଶ୍ୱିନୀ ବୈଷ୍ଣବ ବିଦେଶରୁ ପାଠ ପଢ଼ିବା ସହ କାନପୁର ଆଇଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି ।
ଏହା ସହ ପୂର୍ବତନ ଆଇଏଏସ ଭାବେ ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବେଶ୍ ଅଭିଜ୍ଞତା ରହିଛି । ସେପଟେ ବିଶେଶ୍ୱର ଟୁଡୁଙ୍କୁ ନେଇ ପୂର୍ବରୁ ଏତେ ଚର୍ଚ୍ଚା ନଥିଲ। ହେଲେ ଏବେ ଜାତୀୟ ଗରମାଧ୍ୟମରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୋଦୀଙ୍କ କ୍ୟାବିନେଟରେ ବିଶେଶ୍ୱର ସ୍ଥାନ ପାଇପାରନ୍ତି ବୋଲି