କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ବଢୁଛି ଉତ୍କଣ୍ଠା। ବିଧିବଦ୍ଧ ତାରିଖ ଘୋଷଣାକୁ ଲକ୍ଷ ଲକ୍ଷ ଜଗ୍ନନାଥପ୍ରେମୀଙ୍କ ଅପେକ୍ଷା। ଧାର୍ଯ୍ୟ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଲେ ଆଇନ ମନ୍ତ୍ରୀ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିରେ ନିଷ୍ପତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିସାରିଛି। ଏହି ପ୍ରସ୍ତାବ ସରକାରଙ୍କ ପାଖରେ ପହଁଚିଲା ପରେ ଏନେଇ ବିଧିବଦ୍ଧ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ସରକାର।

Advertisment

ତେବେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସହ ଖାପ ଖୁଆଇ ନିଆଯିବ ବୋଲି ସେ କହିଛନ୍ତି। ଏନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ବାହାରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି।