କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ସରିଛି । ଆସନ୍ତାକାଲି ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନ ପାଇଁ ନିର୍ବାଚନ ହେବ । ଏହା ଛଡା ୧୫୧୪ ପଂଚାୟତରେ ଭୋଟ ହେବ । ୨୦ ହଜାର ୪୩୬ ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ଅଛନ୍ତି : -

- ଭଦ୍ରକରୁ ବିଜେଡି ନେତା ବ୍ୟୋମକେଶ ରାୟ ଓ ବିଜେପି ନେତା ମନମୋହନ ସାମଲ
- କଟକ ବଡମ୍ବାରୁ ଦେବୀ ମିଶ୍ରଙ୍କ ଭାଗ୍ୟପରୀକ୍ଷା ବି ହେବ
- ଗଞ୍ଜାମ ସାନଖେମୁଣ୍ଡିରୁ କଂଗ୍ରେସ ବିଧାୟକ ରମେଶ ଜେନା ଓ ବିଜେଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ
- ଜଗତସିଂହପୁରରୁ ବିଜେଡିରୁ ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସର ଚିରଞ୍ଜୀବି ବିଶ୍ୱାଳ
- ବଡଚଣାରୁ ବିଜେଡିରୁ ଅମର ଶତପଥୀ ଓ ବିଜେପିର ଅମର ନାୟକ
- କଳାହାଣ୍ଡିରୁ ଭୁପିନ୍ଦର ସିଂ
- ଜୟପୁରରୁ ତାରାବାହିନୀପତି ଓ ରବି ନନ୍ଦ
- ନିମାପଡାରୁ ମନ୍ତ୍ରୀ ସମୀର ଦାସ
- ସୋନପୁରରୁ ମନ୍ତ୍ରୀ ପଦ୍ମନାଭ ବେହେରା