ଏବେ ଆମଦେଶରେ ଏପରି ଅନେକ ବିଶିଷ୍ଟ ଶିଳ୍ପପତି ଅଛନ୍ତି ଯେଉଁମାନେ ବର୍ତ୍ତମାନ ବୟସର ଏପରି ସ୍ତରରେ ପହଞ୍ଚିଛନ୍ତି ଯେଉଁଠି ତାଙ୍କୁ ସେମାନଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ କରିବାର ସମୟ ଆସିଛି ।  ଯଦି ସେମାନେ ଏବେଠୁ ଏକ ସ୍ପଷ୍ଟ ଉତ୍ତରାଧିକାର ଯୋଜନା ନକରନ୍ତି, ତେବେ ପରବର୍ତ୍ତୀ ପିଢି ଧୀରୁଭାଇ ଅମ୍ବାନୀଙ୍କ ପରି ସମସ୍ଯାର ସମ୍ମୁଖୀନ ହେଇପାରନ୍ତି ।

Advertisment

ଆମ ଦେଶର ଏପରି କିଛି ଶିଲ୍ପପତିଙ୍କ ଉତ୍ତରାଧିକାରୀ ଯୋଜନା ଉପରେ ସମସ୍ତଙ୍କ ନଜର ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଧୀରଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀଙ୍କ ମଧ୍ୟରେ ସମ୍ପତିକୁ ନେଇ ଲଢେଇ ଆରମ୍ଭ ହୋଇଥିଲା । ପରିଶେଷରେ ସେମାନଙ୍କ ମା’ଙ୍କ ହସ୍ତକ୍ଷେପ ପରେ ବ୍ୟବସାୟକୁ ଦୁଇ ଭାଇଙ୍କ ମଧ୍ୟରେ ଭାଗ କରିବାକୁ ପଡିଲା ।  ଭବିଷ୍ୟତରେ ଏହା ଯେପରି ନହୁଏ ସେଥିପାଇଁ ମୁକେଶ ଅମ୍ବାନୀ ସତର୍କତାର ସହ ପଦକ୍ଷେପ ନେଉଛନ୍ତି ।

ଏହିପରି ମଧ୍ୟ ଅନେକ ଶିଳ୍ପପତି ମଧ୍ୟ ଅଛନ୍ତି ଯାହାଙ୍କ ଉତ୍ତରାଧିକାରୀ ମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ତାଲିକାରେ କିଏ କିଏ ସବୁ ଅଛନ୍ତି ଜାଣନ୍ତୁ ...

ମୁକେଶ ଅମ୍ବାନୀ, ବୟସ-୬୫ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ମାର୍କେଟ୍ ଭାଲ୍ୟୁ : ୧୬ ଲକ୍ଷ କୋଟି ଟଙ୍କା

ଦେଶର ସବୁଠୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ବାର୍ଷିକ ସାଧାରଣ ସଭା ଅବସରରେ ଏକ ବଡ଼ ଘୋଷଣା କରିଛି । କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତାଙ୍କର ସମସ୍ତ ତିନି ସନ୍ତାନଙ୍କୁ କମ୍ପାନୀ ବୋର୍ଡରେ ଅନ୍ତର୍ଭୁକ୍ତ କରାଇଛନ୍ତି ।  ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବାର ଏହା ସୂଚନା ଦେଉଛି । ୨୦୦୨ ରେ ଧୀରଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀଙ୍କ ମଧ୍ୟରେ ସମ୍ପତି ଭାଗବଣ୍ଟାକୁ ନେଇ ମତାନ୍ତର ଘଟିଥିଲା । ଶେଷରେ, ୨୦୦୫ ରେ, ମାତା କୋକିଲାବେନ୍ ଦୁଇ ଭାଇଙ୍କ ମଧ୍ୟରେ ବ୍ୟବସାୟ ସାମ୍ରାଜ୍ୟକୁ ଭାଗ କରିବାକୁ ନିଷ୍ପତି ନେଲେ । ଏହି କାରଣରୁ ମୁକେଶ ଅମ୍ବାନୀ ତାଙ୍କ ପିଲାମାନଙ୍କ ମଧ୍ୟରେ କୌଣସି ପ୍ରକାର ବିବାଦ ଚାହୁଁନାହାଁନ୍ତି ।

ଉଦୟ କୋଟାକ୍, ବୟସ-୬୪, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ମାର୍କେଟ୍ ଭାଲ୍ୟୁ: ୩.୫ ଲକ୍ଷ କୋଟି ଟଙ୍କା

ଦେଶର ତୃତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକ୍ ଏମଡି ଏବଂ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ପାଇଁ ପ୍ରଫେସନାଲ ମାନେ ବ୍ୟାଙ୍କର ଦାୟିତ୍ଵ ସମ୍ଭାଳିବେ ।  କୋଟାକ୍ କହିଛନ୍ତି ଯେ ତାଙ୍କ ପୁଅ ଜୟ କୋଟାକଙ୍କୁ ବ୍ଯାଙ୍କ ବୋର୍ଡ ଅଫ ଡ଼ାଇରେକ୍ଟରରେ ନେବା ନିଷ୍ପତି ବୋର୍ଡ ଉପରେ ନିର୍ଭର କରେ । କୋଟାକଙ୍କ ସାନ ପୁଅ ଧୱାଲ ଗତ ବର୍ଷ କଲମ୍ବିଆ ବିଜିନେସ ସ୍କୁଲରୁ ସ୍ନାତକ ହାସଲ କରିଥିଲେ। ଉଦୟ କୋଟାକ୍ ପ୍ରାୟ ଚାରି ଦଶନ୍ଧି ଧରି ବ୍ୟାଙ୍କକୁ ଆଗେଇ ନେଇଥିଲେ ।

ଆନନ୍ଦ ମହିନ୍ଦ୍ରା, ବୟସ -୬୮, ମହିନ୍ଦ୍ରା କମ୍ପାନୀ , ମାର୍କେଟ ଭାଲ୍ୟୁ: ୧.୯  ଲକ୍ଷ କୋଟି ଟଙ୍କା

ଆନନ୍ଦ ମହିନ୍ଦ୍ରା ୧.୯ ଲକ୍ଷ କୋଟି ଟଙ୍କାର ବଜାର ମୂଲ୍ୟର  ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଅଟନ୍ତି। ଏହି କମ୍ପାନୀର ବ୍ୟବସାୟ ଅଟୋମୋବାଇଲ୍, କୃଷି, ଆଇଟି ଏବଂ ଏରୋସ୍ପେସ୍ ସହିତ ଅନେକ କ୍ଷେତ୍ରରେ ବ୍ୟାପିଛି ।  ଆନନ୍ଦ ମହିନ୍ଦ୍ରାଙ୍କର ଦୁଇ ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ କେହି ବର୍ତ୍ତମାନ କମ୍ପାନୀର ବୋର୍ଡରେ ନାହାଁନ୍ତି ।

କିରଣ ମଜୁମଦାର ସା , ବୟସ -୭୦ , ବାୟୋକନ୍, ମାର୍କେଟ୍ ଭାଲ୍ୟୁ: ୩୨ ହଜାର କୋଟି

କିରଣ ମଜୁମଦାର ସାଙ୍କର କୌଣସି ସନ୍ତାନ ନାହାନ୍ତି । ଗତ ବର୍ଷ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଥିଲା । କିରଣ ତାଙ୍କର ଉତ୍ତରାଧିକାର ବିଷୟରେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । ବେଙ୍ଗାଲୁରୁ ସ୍ଥିତ ବାୟୋଟେକ୍ କମ୍ପାନୀ ବାୟୋକନର ପ୍ରତିଷ୍ଠାତା କିରଣ ମଜୁମଦାରଙ୍କୁ  ଭାରତର ସଫଳ ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଗଣାଯାଏ ।  କମ୍ପାନୀକୁ ଏହି ସ୍ଥାନକୁ ନେବା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି ।

ନୁସଲି ୱାଡିଆ, ବୟସ-୭୯ , ବ୍ରିଟାନିଆ, ମାର୍କେଟ ଭାଲ୍ୟୁ: ୧.୧ ଲକ୍ଷ କୋଟି ଟଙ୍କା  

ନୁସଲି ୱାଡିଆଙ୍କ ସାନପୁଅ ଜାହାଙ୍ଗୀର ୱାଡିଆ ଗ୍ରୁପର ଅନେକ କମ୍ପାନୀର ବୋର୍ଡରୁ ଇସ୍ତଫା ଦେଇଛନ୍ତି । ତାଙ୍କର ବଡ ପୁଅ ନେସ୍ ୱାଡିଆ କମ୍ପାନୀରେ ସକ୍ରିୟ ଭାବେ ଜଡିତ ଅଛନ୍ତି।  ୱାଡିଆ ଗ୍ରୁପ୍ ଦେଶର ସର୍ବ ପୁରାତନ କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ । ଏହି କମ୍ପାନୀ ୧୭୩୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀର ବ୍ୟବସାୟ ବିମାନ ଚଳାଚଳ, ଗ୍ରାହକ, ରିଅଲ୍ ଇଷ୍ଟେଟ୍, ବୃକ୍ଷରୋପଣ, ରାସାୟନିକ ପଦାର୍ଥ ଏବଂ ସ୍ୱାସ୍ଥ୍ୟସେବା ପାର୍ଜୟନ୍ତ ବିସ୍ତାର କରିଛି ।

ୟୁସୁଫ୍ ହମିଦ୍, ବୟସ-୮୭ , ସିପଲା, ମାର୍କେଟ୍ ଭାଲ୍ୟୁ: ୯୬  ହଜାର କୋଟି

ଅଗ୍ରଣୀ ଫାର୍ମା କମ୍ପାନୀ ସିପ୍ଲାର ୟୁସୁଫ ଖାୱାଜା ହମିଦ ଆଉ କମ୍ପାନୀରେ ସକ୍ରିୟ ନାହାନ୍ତି । ପରିବାରର ପରବର୍ତ୍ତୀ ପିଢି ମଧ୍ୟ କମ୍ପାନୀ ଚଳାଇବାକୁ ଆଗ୍ରହୀ ନୁହଁନ୍ତି । ସେଥିପାଇଁ ସେ ଏହାକୁ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି । ନିକଟରେ ଖବର ଆସିଥିଲା ​​ଯେ ବ୍ଲାକଷ୍ଟୋନ କମ୍ପାନୀରେ ପ୍ରମୋଟରଙ୍କ ୩୩.୪୭ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛି। ଏହା ସହିତ ସିପ୍ଲାର ୮୮ ବର୍ଷର ଇତିହାସ ମଧ୍ୟ ଏକ ନୂଆ ମୋଡ଼ ନେବାକୁ ଯାଉଛି । ସିପଲା ଦେଶର ସେହି ଅଳ୍ପ କିଛି କମ୍ପାନୀ ମଧ୍ୟରେ ଅଛି ଯାହା ଆଶା ଏବଂ ସଂଘର୍ଷର ସାକ୍ଷୀ ହୋଇ ଛିଡାହେଇଛି ।

ଏହି କମ୍ପାନୀ ଗୁଡିକୁ ମଧ୍ୟ ଉତ୍ତରାଧିକାରୀ ଚୟନ କରିବାକୁ ପଡ଼ିବ

ଏହା ବ୍ୟତୀତ ଏହି କମ୍ପାନୀର ମାଲିକମାନଙ୍କୁ ମଧ୍ୟ  ସେମାନଙ୍କର ଉତ୍ତରାଧିକାରୀ ବାଛିବାକୁ ପଡିବ ।

ଏଥିମଧ୍ୟରେ ସନ୍ ଫାର୍ମାର  ଦିଲୀପ ଶାଙ୍ଗଭି (୬୭), ମାରିକୋର ହର୍ଷ ମାରିୱାଲା (୭୨), ଭାରତ ଫୋର୍ସର ବାବା କଲ୍ୟାଣୀ (୭୪), ଆପୋଲୋ ହସ୍ପିଟାଲର ପ୍ରତାପ ରେଡ୍ଡୀ (୯୧), ବେଦାନ୍ତର ଅନିଲ ଅଗ୍ରୱାଲ (69) ଏବଂ ଆପୋଲୋ ଟାୟାରର ଓମକର ସିଂ କାନୱାର୍ (୮୧) ଅଛନ୍ତି ।