କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷକରି...
ନିର୍ବାଚନୀ ବର୍ଷରେ
ସମସ୍ତଙ୍କୁ ଖୁସ କରିବାକୁ ପ୍ରୟାସ ହେବ
- ମୋଦୀ ସରକାରଙ୍କୁ ଧନୀ ଓ ଶିଳ୍ପପତିଙ୍କ ସରକାର ବୋଲି କୁହାଯାଉଛି
- ଗୁଜରାଟରେ ବିଜୟ କିନ୍ତୁ ହିମାଚଳରେ ପରାଜୟର ସାମ୍ନା କରିବାକୁ ପଡିଛି
- ଦିଲ୍ଲୀ ଏମସିଡି ନିର୍ବାଚନ ଓ ଏକାଧିକ ଉପ-ନିର୍ବାଚନରେ ବି ହାରିଛି ବିଜେପି
- ୨୦୨୩ରେ ୯ଟି ରାଜ୍ୟରେ ହେବାର ଅଛି ବିଧାନସଭା ନିର୍ବାଚନ
- ତେଣୁ ସବୁ ବର୍ଗରେ ନିଜର ଛବି ସୁଧାରିବାକୁ ବଜେଟରେ ପ୍ରୟାସ ହୋଇପାରେ
- ଚାଷୀ, ଦିନମଜୁରିଆ, ଯୁବକ, ଛାତ୍ର ଓ ମଧ୍ୟଭିତ୍ତଙ୍କୁ ଖୁସି କରିବାକୁ ହେବ
- ଅର୍ଥନୀତିକୁ ଗତି ଦେବା ସହ ଜନହିତକାରୀ ଯୋଜନାକୁ ଫୋକସ ଦିଆଯାଇପାରେ
ମଧ୍ୟବିତ୍ତ
- ମଧ୍ୟବିତ୍ତ ଆୟକର ଦେଉଥିବା ବେଳେ ଅଧିକ ବୋଝ ସହୁଛନ୍ତିି
- ପେଟ୍ରୋଲ, ଡିଜେଲରୁ ଆରମ୍ଭ କରି ଖାଇବା ତେଲ ମହଙ୍ଗା ହୋଇଛି
- ପ୍ୟାକେଟ୍ ଖାଦ୍ୟରେ ଜିଏସଟି ବଢାଇ ଆହୁରି ମହଙ୍ଗା ବୋଝ ବଢାଇଛନ୍ତି ସରକାର
- ଗୃହଋଣକୁ ମହଙ୍ଗା କରି ଆହୁରି ବୋଝ ଲଦି ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ
- ତେଣୁ ଚଳିତ ବଜେଟ୍ରେ ମଧ୍ୟଭିତ୍ତଙ୍କୁ ଆଶ୍ୱସ୍ତି ଦେବାପାଇଁ ଘୋଷଣା ସମ୍ଭାବନା
- ମଧ୍ୟଭିତ୍ତଙ୍କୁ ଆୟକର ରିହାତି ମିଳିଲେ ଖର୍ଚ୍ଚ ବଢିବ ଓ ଅର୍ଥନୀତିକୁ ଗତି ମିଳିବ
କୃଷି
- ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସରକାର
- ଚାଷୀଙ୍କ ଆୟ ୨ ଗୁଣା ହୋଇନାହିଁ, କେବଳ ଇନପୁଟ୍ ସବସିଡି ଦେଢଗୁଣା ହୋଇଛି
- ଛୋଟ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛି କେନ୍ଦ୍ର
- କୃଷି ଯନ୍ତ୍ରପାତି ଉପରେ ୨.୫%ରୁ ୨୮% ଯାଏଁ ଜିଏସଟି ଆଦାୟ ହେଉଛି
- ହ୍ୟାଣ୍ଡପମ୍ପ, ଔଷଧ ସିଂଚନ ମେସିନ୍, ପାୱାର ଟିଲର ଓ ଅନ୍ୟ ଉପକରଣରେ ଲାଗୁଛି ଜିଏସଟି
- ଏସବୁ ସାମଗ୍ରୀ ଉପରୁ ଜିଏସଟି ଦର କମ୍ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଛି
- ୨୦୨୧ରେ ୧.୨୪ କୋଟି ଓ ୨୦୨୨ରେ ୧.୪ କୋଟି ବ୍ୟୟବରାଦ କରାଯାଇଥିଲା
- ଚଳିତ ବଜେଟ୍ରେ ମୋଦୀ ସରକାର ବ୍ୟୟବରାଦ ୨୦ରୁ ୨୫% ବଢାଇବାକୁ ଦାବି
- ଦେଶରେ ବ୍ୟବହାର ହେଉଥିବା ମୋଟ୍ ବିଜୁଳିର ୨୦% କୃଷି କ୍ଷେତ୍ରରେ ଲାଗୁଛି
- ଗ୍ରୀନ ଏନର୍ଜି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଘୋଷଣା ହୋଇପାରେ ଇନସେନଟିଭ
- ହାଇଡ୍ରୋଇଲେକଟ୍ରିକ୍, ୱିଣ୍ଡ ପାୱାର ଓ ସୋଲାର ଏନର୍ଜିକୁ ମିଳିପାରେ ପ୍ରୋତ୍ସାହନ
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କିଛି ବଡଧରଣର ପରିବର୍ତ୍ତନ କରାଯିବା ସମ୍ଭାବନା
- ଚାଷୀ ଆନ୍ଦୋଳନ ଫଳରେ ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହୋଇଥିଲା
- ଚଳିତ ବଜେଟ୍ରେ କୃଷି ଉପରେ ନିର୍ଭରଶୀଳ ୬୦%ଙ୍କ ପାଇଁ ବଡ ଘୋଷଣା ସମ୍ଭାବନା
ଭିତ୍ତିଭୂମି
- ୨୦୨୨-୨୩ରେ ସରକାରଙ୍କ କ୍ୟାପିଟାଲ ଏକ୍ସପେଣ୍ଡିଚର ଥିଲା ୭.୫ ଲକ୍ଷ କୋଟି
- ଫଳରେ ଦେଶରେ ବିଶ୍ୱସ୍ତ୍ରରୀୟ ଭିତ୍ତିଭୂମି ନିର୍ମାଣ କରା ଯାଇପାରିବ
- ଚଳିତବର୍ଷ ମଧ୍ୟ ସରକାର ଭିତ୍ତିଭୂମି ପାଇଁ ବ୍ୟପାକ ବ୍ୟୟବରାଦ କରିବା ଚର୍ଚ୍ଚା
- ଫଳରେ ଅର୍ଥନୀତିକୁ ଗତି ମିଳିବ ଓ ରୋଜଗାରର ଅବସର ସୃଷ୍ଟି ହେବ
- ରେଳ ଓ ସଡକ ସହ ବନ୍ଦର ଭିତ୍ତିଭୂମି ପାଇଁ ସରକାର ଅଧିକ ବ୍ୟୟ କରିପାରନ୍ତି
- ଅଧିକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ସରକାର ଘୋଷଣା କରିପାରନ୍ତି
- ମେଟ୍ରୋ ଟ୍ରେନ୍ ସହ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଇପାରେ
- ଅଧିକ ଷ୍ଟେସନ ପ୍ରତିଷ୍ଠା ଓ ଷ୍ଟେସନ ଆଧୁନିକୀକରଣକୁ ଗୁରୁତ୍ୱ ଦେଇପାରନ୍ତି
ଶିକ୍ଷା
- ୧୯୬୪-୬୬ ଶିକ୍ଷା ଆୟୋଗଙ୍କ ସୁପାରିସ ଥିଲା ଶିକ୍ଷାରେ ଜିଡିପିର ୬% ଖର୍ଚ୍ଚ କରାଯାଉ
- ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ରେ ଏହି ଦିଗରେ ତମାମ୍ ପଦକ୍ଷେପ ନିଆଯାଉଛି
- ତଥାପି ବର୍ତମାନ ଦେଶର ଶିକ୍ଷା ବଜେଟ୍ ଧାର୍ଯ୍ୟ ଲକ୍ଷ୍ୟର ଅଧାରୁ ବି କମ୍ ରହିଛି
- ତେଣୁ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ସରକାର
- ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସେବା ଉପରୁ ଜିଏସଟି କମାଇ ଏହି କ୍ଷେତ୍ରକୁ ଦେଇପାରନ୍ତି ପ୍ରୋତ୍ସାହନ
- ଚଳିତ ବଜେଟ୍ରେ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ଅଧିକ ବ୍ୟୟବରାଦ କରାଯାଇପାରେ
- ସର୍ବ ଶିକ୍ଷା ଅଭିଯାନ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଅଧିକ ଅର୍ଥ ବରାଦ ସମ୍ଭାବନା
- ଗତ ବଜେଟ୍ରେ ଘୋଷଣା ହୋଇଥିବା ଡିଜିଟାଲ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକାରୀ କରାଯିବ
ନୂଆ ଯୋଜନା
- ଘୋଷଣା ହୋଇପାରେ ଅଧିକ ପ୍ରଡକ୍ସନ ଲିଙ୍କଡ ଇନସେନଟିଭ ସ୍କିମ୍
- କିଛି କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ପାଇଁ ଆସିପାରେ ଘୋଷଣା
- ପ୍ରତିରକ୍ଷାରେ ମେକ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ଆସିପାରେ ଇନସେନଟିଭ
- ଫଳରେ ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣକୁ ପ୍ରୋତ୍ସାହନ ମିଳିବ ଓ ରୋଜଗାର ବଢିବ
- ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ନୂଆ ଯୋଜନା ଆସିପାରେ
- ଭୋଟରଙ୍କୁ ଆକୃଷ୍ଟ କଲା ଭଳି ଜନହିତକାରୀ ଯୋଜନା ଘୋଷଣା ସମ୍ଭାବନା ରହିଛ