ଅକ୍ସଫୋର୍ଡ ଭ୍ୟାକ୍ସିନ ଉପରେ ସମସ୍ତଙ୍କ ନଜର । ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଆସିପାରେ ରିପୋର୍ଟ

577

କନକ ବ୍ୟୁରୋ : ନଭେମ୍ବର ଶେଷ ଅଥବା ଡିସେମ୍ବର ଆରମ୍ଭ ବେଳକୁ ଆସିପାରେ ଅକ୍ସଫୋର୍ଡ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ । ଏଭଳି ସୂଚନା ଦେଇଛି ଭାରତରେ ଏହା ପରୀକ୍ଷଣ କରୁଥିବା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ତେଣୁ ଏହା ବେଶ୍ ଆଗୁଆ ଉପଲବ୍ଧ ହେବ ବୋଲି ଆକଳନ କରାଯାଉଛି । ସେପଟେ ଭାରତ ବାୟୋଟେକ୍ ଓ କାଡିଲା ଦ୍ୱାରା ନିର୍ମିତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।

ଏହାର ରିପୋର୍ଟ ଆସନ୍ତା ମାସରେ ଆସିବ ବୋଲି କୁହାଯାଉଛି । ଏହା ପରେ ସେମାନେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବେ । ସେପଟେ ଆଗକୁ ଶାରଦୀୟ ପୂଜା ଥିବାରୁ ଲୋକଙ୍କ ସଚେତନତାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ସାମାଜିତ ଦୂରତା, ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି । ନଚେତ ଏହି ସମୟରେ ହେଉଥିବା ଭିଡ ଯୋଗୁଁ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି ।