କରୋନା ପାଇଁ ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ବିଶ୍ୱବିଦ୍ୟାଳୟ ଗୁଡିକୁ ୟୁଜିସିର ନିର୍ଦ୍ଦେଶ । ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ପରୀକ୍ଷା ଖାତା ମୂଲ୍ୟାୟନ ।

882

କନକ ବ୍ୟୁରୋ : କରୋନାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ବିଶ୍ୱବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦେଇଛି ୟୁଜିସି । ଆସନ୍ତା ମାର୍ଚ୍ଚ ୩୧ ଯାଏଁ ପରୀକ୍ଷା ଖାତା ମୂଲ୍ୟାୟନ ବି ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

ଅନ୍ୟପଟେ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବନ୍ଦ କରିବାକୁ ଘୋଷଣା କରାଯାଇଛି । କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ସତର୍କ ଏବଂ ସଚେତନ ରହିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।