ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ : କନ୍ଧମାଳ ତୁମୁଡିବନ୍ଧ ଷ୍ଟେଟ ବ୍ୟାଙ୍କକୁ ସିଲ କଲା ଜିଲ୍ଳା ପ୍ରଶାସନ; ସଂଗରୋଧରେ ସମସ୍ତ କର୍ମଚାରୀ

399

କନକ ବ୍ୟୁରୋ : ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ କରିଛି ପ୍ରଶାସନ । କନ୍ଧମାଳ ଜିଲ୍ଲାର ତୁମୁଡି ବନ୍ଧ ଷ୍ଟେଟବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ କର୍ମଚାରୀଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

କିଛି ଦିନ ତଳେ ଫୁଲବାଣୀ, ଜି.ଉଦୟଗିରି, କୋଟଗଡ, ଦାରିଙ୍ଗବାଡି, ଖଜୁରୀପଡା ବ୍ୟାଙ୍କ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ବ୍ୟାଙ୍କକୁ ସାତଦିନ ପାଇଁ ବନ୍ଦ ରଖିଥିଲେ ।