ଆସୁଛି ବାତ୍ୟା: କାଲି ପୁରୀରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ 

280

କନକ ବ୍ୟୁରୋ: ବାତ୍ୟା ଜୱାଦକୁ ନେଇ ପୁରୀରରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଆସନ୍ତାକାଲି ପୁରୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନକୁ ପୁରୀ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଛାତ୍ରଛାତ୍ରୀ ଆସିବେନି ହେଲେ ଶିକ୍ଷକ ଓ କର୍ମଚାରୀ ଆସିବେ । ବାତ୍ୟା ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ ।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା କାଲି ଗଞ୍ଜାମରେ ମଧ୍ୟ ସମସ୍ତ ସ୍କୁଲକ ବନ୍ଦ ରହିବ । ଏନେଇ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।