କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଅନ୍ୟ ଆଦେଶ ନମିଳିବା ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ।

Advertisment

ଅନ୍ୟପଟେ ଏପ୍ରିଲ ୧୨ ତାରିଖରୁ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ସେରୋସର୍ଭେ ଆରମ୍ଭ କରାଯିବ । ଏଥିରେ ୨୭୮ ଟି ୱାର୍ଡରୁ ୨୮ ହଜାର ସାମ୍ପୁଲ ନିଆଯିବ ବୋଲି କୁହାଯାଇଛି । ପ୍ରତି ୱାର୍ଡରୁ ୧୦୦ ଲୋକଙ୍କ ସାମ୍ପୁଲ ନିଆଯିବ । ଏହି ସର୍ଭେରେ ଟିକା ନେଇଥିବା ଲୋକଙ୍କୁ ବି ସାମିଲ କରାଯିବ । ଏହାପୂର୍ବରୁ ଜାନୁଆରୀ ମାସରେ ପଞ୍ଚମ ସେରୋସର୍ଭେର ରିପୋର୍ଟ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି ଦିଲ୍ଲୀରେ ଅଧାରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି ।