ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ : ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା; ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି କହିଲେ, ଖୁବ ଶୀଘ୍ର ଧରାପଡ଼ିବ ହାଇଦର

129

କନକ ବ୍ୟୁରୋ :ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ଆଜି ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବଡ଼ ଧରଣର ମାନଓ ମନ୍ଥନ କରାଯାଇଛି । ଏହି ବୈଠକରେ କ୍ରାଇମ ବ୍ରାଂଚ ଏଡିଜି, ପୋଲିସ କମିଶନର, କେନ୍ଦ୍ରାଂଚଳ ଡିଆଜି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତିି ଖୁବ ଶୀଘ୍ର ଧରାପଡ଼ିବ ହାଇଦର । ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି । STFକୁ ସଜାଗ କରାଯାଇଛି । ପ୍ରବେଶ ପ୍ରସ୍ଥାନ ପଥ ଯାଞ୍ଚ ହେଉଛି ।

ରାଜ୍ୟର ବର୍ଡର, ରେଲୱେ ପଥ, ରୋଡ ଉପରେ ନଜର ରହିଛି । ୬ଟି ଟିମ୍ ସାମିଲ ଅଛି । ବର୍ତ୍ତମାନ ଯାହା ଲିଡ୍ ଓ କ୍ଲୁ ମିଳିଛି ତାହା ଉପରେ ତଦନ୍ତ ଚାଲିଛି । ପରିବାର ଲୋକଙ୍କୁ ପରେ ଜେରା ହେବ । ପ୍ରଥମ କାମ ରେଡ୍ କରି ହାଇଦରକୁ ଧରିବା । ଏକ କେସ ରେଜିଷ୍ଟର ହୋଇଛି । ସିଷ୍ଟରଙ୍କ ବୟାନ ରେକର୍ଡ କରାଯିବ । ମେଡିକାଲ ସିସିଟିଭି ଯାଞ୍ଚ ହେବ । ଗତକାଲି ମଂଚେଶ୍ବରର ଏକ ସ୍ଥାନରେ ରେଡ୍ ହୋଇଥିଲା । ଧରିବା ପାଇଁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି ।