କରୋନା ମୁକାବିଲା ପାଇଁ କେଜ୍ରିୱାଲଙ୍କ ପ୍ରସ୍ତୁତି । ଦିଲ୍ଲୀରେ ବନ୍ଦ ହଲା ସମସ୍ତ ସପିଂ ମଲ୍ ।

561

କନକ ବ୍ୟୁରୋ : କରୋନା ପାଇଁ ଦିଲ୍ଲୀରେ ବନ୍ଦ ହେଲା ସମସ୍ତ ସପିଂ ମଲ । ଦିଲ୍ଲୀରେ କରୋନା କଟକଣା ଅଧିକ କଡାକଡି କରିବାକୁ ଦିଲ୍ଲୀ ସରକାର ଏପରି ଏକ ନିଷ୍ପତି ନେଇଛନ୍ତି । ମଲ୍ ଗୁଡିକରେ ଅଧିକ ଜନଗହଳି ରହୁଥିବାରୁ ଲୋକଙ୍କ ଠାରୁ ଭୂତାଣୁ ସଂକ୍ରମଣ ଭୟ ଅଧିକ ରହିଛି । ଏହାକୁ ମୁକାବିଲା କରିବାକୁ ମଲ୍ ଗୁଡିକୁ ବନ୍ଦ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର ।

ଦିଲ୍ଲୀ ସହରରେ ଚାଲିଥିବା ୩ଟି ଦିଲ୍ଲୀ ହାଟକୁ ମଧ୍ୟ ବନ୍ଦ କରିଦିଆଯାଇଛି । ସେପଟେ ମଲ୍ ବନ୍ଦ ଘୋଷଣା ଆସିବା ପରେ ପରେ ରାସନ ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଛି । ତେବେ ଏହି ବନ୍ଦରୁ ରାସନ ଦୋକାନ ଓ ଔଷଧ ଦୋକାନ ଗୁଡିକ ବାଦ୍ ଦିଆଯାଇଥିବା କହିଛନ୍ତି କେଜ୍ରିୱାଲ ସରକାର । ଏପରି ଘୋଷଣା ପରେ ପରେ ରାସନ ଦୋକାନ ଗୁଡିକରେ ହଠାତ୍ ଭିଡ ଅଧିକ ଦେଖା ଦେଇଛି । ଲୋକେ ଭୟରେ ଅଧିକ ଅଧିକ ସାମଗ୍ରୀ କିଣି ନେବାକୁ ଆରମ୍ଭ ହୋଇଛି ପ୍ରତିଯୋଗିତା ।