କରୋନା ପାଇଁ ଭୁବନେଶ୍ୱରରେ ସମସ୍ତ ହାଟ ଉପରେ କଟକଣା । ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ବିଏମସି ପରିସରରେ ଥିବା ସବୁ ହାଟ

ସକାଳୁ ୬ରୁ ସନ୍ଧ୍ୟା ୬ଯାଏଁ ରହିବ ଖୋଲା

413

କନକ ବ୍ୟୁରୋ: ସନ୍ଧ୍ୟାରେ ରାଜଧାନୀରେ ଖୋଲିବନି ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହେଲା ଏହି କଟକଣା । ବିଏମସି ଅଧିନରେ ଥିବା ସମସ୍ତ ହାଟ ସନ୍ଧ୍ୟା ୬ଟାରୁ ବନ୍ଦ ରଖିବ । ସେହିପରି ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ ହାଟ । ତେବେ କରୋନାକୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତି ଦିଆଯାଇଛି ।  ୟୁନିଟ-୧, ୟୁନିଟ୍‌-୨, ସହିଦନଗର, ରୁଚିକା, ଇନ୍ଦ୍ରଧନୁ ଡେଲି ମାର୍କେଟ ଓ ଡମଣା ହାଟ ଆଦି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହୋଇ ଆସନ୍ତା ୩୧ ମାର୍ଚ୍ଚ ଯାଏଁ ରହିବ । ତେବେ ହାଟ ଗୁଡ଼ିକୁ କରୋନା ସତର୍କତା ପାଇଁ ସଫାସୂତୁରା ରଖାଯିବାକୁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି ।

ଅନ୍ୟପଟେ, ଭୁବନେଶ୍ୱରରେ ନିୟମ ମାନୁନଥିବା ଶିକ୍ଷାନୁଷ୍ଠାନ ଉପରେ କରାଯାଇଛି ଚଢାଉ । ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ୪ଟି ସ୍କ୍ୱାର୍ଡ ଚଢାଉ କରାଯାଉଛି । ୩୧ଯାଏଁ ଛୁଟି ଘୋଷଣା ପରେ ବି ଖୋଲି ରହିଥିବା ସ୍କୁଲ ଓ କୋଚିଂ ସେଂଟରରେ ରେଡ କରାଯାଇଛି । ତେବେ କରୋନା ପାଇଁ ରାଜ୍ୟସରକାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନେଶ୍ୱରରେ ବିିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଖୋଲା ରହିଥିବାରୁ ଖୋର୍ଧା ବିଇଓଙ୍କ ନେତ୍ୃତ୍ୱରେ ଏକ ୪ ଜଣିଆ ସ୍ୱାର୍ଡ ପକ୍ଷରୁ ଏହି ଚଢାଉ କରାଯାଇଛି ।