କନକ ବ୍ୟୁରୋ: ଧିରେ ଧିରେ କମୁଛି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍ କଟକଣା । ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଜୁଲାଇ ୬ତାରିଖରୁ ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ୍ ଡ଼ିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଆସନ୍ତାକାଲି ଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ଆଜି ବିଶ୍ୱବିଦ୍ୟାଳୟ କୂଳପତି ଓ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ କର୍ମଚାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/22-6.jpg)