କରୋନା ମହାମାରୀ ସମୟରେ ଦେଶ ଓ ଦୁନିଆ ଏବେ କରୋନା ମହାମାରୀକୁ ନେଇ ସଂକଟରେ ରହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେବେ ଭାରତରେ ଏହି ଟୀକା ଉପଲବ୍ଧ ହେବ, ଏହା ସମସ୍ତ ନାଗରିକଙ୍କୁ ପ୍ରଦାନ କରାଯିବ

313

କନକ ବ୍ୟୁରୋ : ବିହାର ନିର୍ବାଚନ ପ୍ରଚାର ସମୟରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀଥରମଣ କହିଥିଲେ କି ବିଜେପି ସରକାରକୁ ଆସିଲେ ବିହାରବାସୀଙ୍କୁ ମାଗଣା କରୋନା ଟୀକା ପ୍ରଦାନ କରାଯିବ । ଏହା ପରେ ଏହାକୁ ନେଇ ପୁରା ଦେଶର ରାଜନୀତି ସରଗରମ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ବି ବିଜେପିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହା ପରେ ମାଗଣା ଟୀକା ଯୋଜନା ବିହାରା ନିର୍ବାଚନରୁ ଯାଇ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ରେ ପହଂଚିଥିଲା । ଏଥର ଟ୍ରମ୍ପଙ୍କ୍ ବିରୋଧରେ ପ୍ରାର୍ଥୀ ହୋଇଥିବା ଜୋ-ବାଇଡେନ କହିଥିଲେ କି ସେ ନିର୍ବାଚନ ଜିତିଲେ ଆମେରିକାବାସୀଙ୍କୁ ବି ମାଗଣା କରୋନା ଟୀକା ପ୍ରଦାନ କରିବେ ।
ଏବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଦେଶରେ କରୋନା ଟୀକା ଉପଲବ୍ଧ ହେଲେ ଦେଶର ପ୍ରତିଟି ନାଗରିକକୁ ଏହା ପ୍ରଦାନ କରାଯିବ । ହେଲେ ସେ କହିନାହାନ୍ତି କି ଏହା ଦେୟଯୁକ୍ତ ନା ମାଗଣା । ଏହା ସହ ମୋଦି କହିଛନ୍ତି କି କରୋନା ବିରୋଧରେ ସରକାରଙ୍କ ଯୋଜନାବଦ୍ଧ ଲଢେଇ ଓ ଲୋକଙ୍କ ସହଯୋଗ ଯୋଗୁଁ ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇ ପାରିବା ସହ ବହୁ ଲୋକଙ୍କର ଜୀବନ ରକ୍ଷା କରାଯାଇ ପାରିଛି ।
ଏକ ଦୈନିକ ଇଂଗ୍ରାଜୀ ଖବର କାଗଜକୁ ସାକ୍ଷତକାର ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ପୁରା ବିପଦରେ ପଡିଥିଲା । ହେଲେ ସରକାରଙ୍କର ସକାରତ୍ମକ ଚିନ୍ତାଧାରା ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଯେତେଶୀଘ୍ର ସୁଧୁରିବାକୁ ଯାଉଛି ତାହାକୁ ନେଇ ସାରା ବିଶ୍ୱ ଏବେ ଚକିତ । ସାରା ବିଶ୍ୱର ଅନେକ ଦେଶ ଏବେ ଭାରତୀୟ ବଜାରର ଶକ୍ତି ଉପରେ ଭରଶା କରୁଛି । ଭାରତୀୟ ବଜାର ବିଦେଶିପୁଞ୍ଜି ନିବେସ ପାଇଁ ସବୁଠାରୁ ପସନ୍ଦଯୋଗ୍ୟ ବଜାର ଦିଗକୁ ଅଗ୍ରସର ହେଉଛି ।
କରେନା ସଂକ୍ରମଣ ଆରମ୍ଭରୁ ଠିକ୍ ସମୟରେ ଲକଡାଉନ୍ କରାଯିବା ଫଳରେ ବହୁ ଲୋକଙ୍କର ଜୀବନରକ୍ଷା କରାଯାଇ ପାରିଛି । ହେଲେ ଏବେ ଭାରତର ଅର୍ଥନୀତି ଯେତେଶୀଘ୍ର ଆଗକୁ ବଢୁଛି ୨୦୨୪ ସୁଦ୍ଧା ଆମଦେଶ ୫ ଟ୍ରିଲିୟନ ଅର୍ଥନୀତିର ଦେଶ ହେବା କିଛି ଅସମ୍ଭବ ନୁହେଁ ।