୨ ବର୍ଷରୁ ଅଧିକ ପିଲା ମାସ୍କ ପିନ୍ଧନ୍ତୁ, ଡାଇରିଆ, ବାନ୍ତି,ପେଟ ବଥା, ଥଣ୍ଡା କାଶ ହେଉଥିଲେ ଡାକ୍ତରଙ୍କୁ ଦେଖାନ୍ତୁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ପରାମର୍ଶବଳୀ ।

1,427

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଦେଶରେ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି । ବୟସ୍କ ଓ ଯୁବବର୍ଗଙ୍କ ପରେ ଏବେ ପିଲାମାନେ କରୋନାରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ଏଭଳିସ୍ଥଳେ ପିଲାଙ୍କ ଯତ୍ନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ୨ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଖାସକରି ବାହାରକୁ ଗଲାବେଳେ ପିଲାଙ୍କୁ ମାସ୍କ ପିନ୍ଧାଇବା ସହ ସାବୁନରେ ହାତକୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ କୁହାଯାଇଛି ।

ଏହାବାଦ କରୋନର ନୂଆ ନୂଆ ମ୍ୟୁଟାଣ୍ଟ ଆସୁଥିବା ବେଳେ ନୂଆ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ କେବଳ କାଶ, ଥଣ୍ଡା ସହ ଦେହ ହାତ ପୀଡା କରୋନା ଲକ୍ଷଣ ଭାବେ ଜଣା ଯାଉଥିଲା । କିନ୍ତୁ ଏବେ  ଡାଇରିଆ, ବାନ୍ତି, ପେଟ ବଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । କେବଳ ପିଲା ନୁହଁନ୍ତି ଗର୍ଭବତୀ ମହିଳାଙ୍କ ସମେତ ସବୁ ବୟସବର୍ଗର ବ୍ୟକ୍ତିଙ୍କ ଠାରେ ଏଭଳି ଲକ୍ଷଣ ଦେଖିଲେ ଟେଷ୍ଟ କରାଇ ନିଅନ୍ତୁ । ଖାସକରି ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।