ଜିଓର ନୂଆବର୍ଷ ଅଫର । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିଦେଇଛି । ଏବେ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ପଡିବ ନାହିଁ ।

724

କନକ ବ୍ୟୁରୋ : ନୂଆ ବର୍ଷରେ ଜିଓ ଦେଇଛି ଅଫର । ଯଦି ଆପଣ ଜିଓ ନମ୍ବର ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ସୁବିଧା ପାଇପାରିବେ । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିବାକୁ ଯାଉଛି । ଅର୍ଥାତ ଜାନୁଆରୀ ୧ରୁ ଆପଣ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ରିଲାଏନ୍ସ ଜିଓ ତରଫରୁ ଏଭଳି ସୂଚନା ଦିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ ନେଟ ଡୋମେଷ୍ଟିକ କଲ କରିବା ପାଇଁ ଉପଭୋକ୍ତାଙ୍କୁ ଆଉ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ ।

ଏହାର ଅର୍ଥ ନୁହେଁ ଯେ କୌଣସି ବି ପ୍ଲାନ ରିଚାର୍ଜ ନକରି ଆପଣ ଲୋକାଲ ଭଏସ କଲ କରିପାରିବେ । ମାଗଣା ଲୋକାଲ କଲର ସୁବିଧା ପାଇବା ପାଇଁ ଆପଣଙ୍କୁ ଜିଓର ଥିବା ଅନ୍ୟ ରିଚାର୍ଜ ପ୍ଲାନ ଆକ୍ଟିଭ କରିବାକୁ ହେବ । ଜିଓର ଏହି ଅଫର ପରେ ଏବେ ପୁଣି ଅନ୍ୟ କମ୍ପାନୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।

୨୦୧୯ରେ ରିଲାଏନ୍ସ ଜିଓରୁ ଅନ୍ୟ ନମ୍ବରକୁ କଲ କଲେ ଚାର୍ଜ ଲାଗିବ ବୋଲି ନିଷ୍ପତ୍ତି ନେଇଥିଲା ରିଲାଏନ୍ସ । ଏଥିପାଇଁ କମ୍ପାନୀ ଟ୍ରାଇକୁ ଆୟୁସି ଚାର୍ଜ ଆଦାୟ କରିବାକୁ କହିଥିଲା । ଏହାପରେ ଜିଓ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏହି ସମୟରେ ଗ୍ରାହକଙ୍କୁ ଖୁସି କରିବାକୁ ଜିଓ ବିଭିନ୍ନ ରିଚାର୍ଜ ପ୍ଲାନ ଲଞ୍ଚ କରିଥିଲା ।

ବର୍ତ୍ତମାନ ଟ୍ରାଇ ଆୟୁସି ଶେଷ କରିବାର ନିଷ୍ପତ୍ତି ନେଇଛି । ଫଳରେ ରିଲାଏନ୍ସ ପୁଣି ଲୋକଙ୍କୁ ଲୋକାଲ କଲ୍୍ ମାଗଣା କରିବାକୁ ଘୋଷଣା କରିଛି । ନୂଆ ବର୍ଷରେ ଲୋକମାନେ ଏହି ସୁବିଧା ପାଇ ପାରିବେ ।

ଜିଓର ଏହି ସୁବିଧା ପୂରା ଦେଶରେ ଲାଗୁ ହୋଇଛି । ନୂଆ ବର୍ଷଠାରୁ ଜିଓ ତାର ଗ୍ରାହକଙ୍କୁ ଏଭଳି ମନଲୋଭା ଅଫର ଦେଇଛି । ରିଲାନ୍ସ ଜିଓ ଆରମ୍ଭ ହେବା ପରଠୁ ଦେଶରେ ଏହା ଆକର୍ଷଣୀୟ ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରି ଆସିଛି । ଶସ୍ତା ଅଫର ସହ କଲ୍୍ ଓ ନେଟର ସୁବିଧା ଯୋଗୁଁ ସାରା ଦେଶରେ ଜିଓ ଲୋକମାନଙ୍କର ପ୍ରିୟ ହୋଇ ରହିଛି ।

ରିଲାଏନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହାସହ କମ୍ପାନୀ ପାଖରେ ଏବେ ୪୦ କୋଟିରୁ ଅଧିକ ଗ୍ରାହକ ଥିବା ସ୍ପଷ୍ଟ କରିଛି କମ୍ପାନୀ ।