ବସଯାତ୍ରୀଙ୍କ ପାଇଁ ବଡ ଖବର: ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାରରେ ରହିବନି ବସ । ସିଧା ଫ୍ଲାଏ ଓଭର ଦେଇ ବରମୁଣ୍ଡାରୁ କଟକ...

Advertisment
ବସଯାତ୍ରୀଙ୍କ ପାଇଁ ବଡ ଖବର: ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାରରେ ରହିବନି ବସ । ସିଧା ଫ୍ଲାଏ ଓଭର ଦେଇ ବରମୁଣ୍ଡାରୁ କଟକ...

କନକ ବ୍ୟୁରୋ: ଆଉ ଫ୍ଲାଏ ଓଭରରୁ ତଳକୁ ଓହ୍ଲାଇବନି ବରମୁଣ୍ଡାରୁ କଟକ ଯାଉଥିବା ବସ । ବରମୁଣ୍ଡାରୁ ଯାଉଥିବା ସବୁ ବସ ଏଣିକି ଓଭର ବ୍ରିଜ ଉପର ଦେଇ ଯିବ । ଯଦି କୌଣସି ବସ ଫ୍ଲାଏ ଓଭର ତଳକୁ ଓହ୍ଲାନ୍ତି ତେବେ ସେମାନଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ ।

ସେପଟେ କଟକ ଯାଉଥିବା କୌଣସି ବସ ଆଉ ବାଣୀବିହାର କି ଆଚାର୍ଯ୍ୟ ବିହାରରେ ଛକରେ ରହିବନି । ଏଣିକି ସବୁ ବସ ବାଣୀବିହାର, ଆଚାର୍ଯ୍ୟ ବିହାର ଛକ ବଦଳରେ କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଛକରେ ରହିବ । ଆଉ ସମସ୍ତ ଯାତ୍ରୀ ସେଉଠୁ ବସ ଧରି ଯାତ୍ରା କରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ନୂଆ ନିୟମ ଲାଗୁ ହେବା ପରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ କେମିତି ସୁରକ୍ଷିତ ଯାତ୍ରା କରିହେବ ଆଉ ଗାଡି ଚଳାଇଲା ବେଳେ କୌଣସି ଅସୁବିଧା ନେହେବ ସେନେଇ ଗୋଟିଏ ପରେ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe