ସୋମବାରରୁ ସାରା ରାଜ୍ୟରେ ଗଡ଼ିବ ଘରୋଇ ବସ୍ । ସଂଘର ଦାବିକୁ ସରକାର ମାନିନେବା ପରେ ଆସିଲା ନିଷ୍ପତ୍ତି, ୨ ମାସର ସଡ଼କ ଟିକସ ଛାଡ଼ କରିବେ ସରକାର ।

355

କନକ ବ୍ୟୁରୋ : ଆସନ୍ତା ସୋମବାରଠାରୁ ରାଜ୍ୟର ସବୁ ଅଞ୍ଚଳରେ ଗଡିବ ବସ୍ । ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ କରିବାକୁ ଲୋକସେବା ଭବନରେ ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ପରେ ସୋମବାରଠୁ ବସ ଚଳାଚଳ ସ୍ୱାଭାବିକ କରିବାକୁ ସଂଘ ନିଷ୍ପତ୍ତିି ନେଇଛି । ବସ୍ ମାଲିକ ସଂଘର ଦାବି ସରକାର ମାନିନେବା ପରେ ବସ ଚଳାଚଳ ସ୍ୱାଭାବିକ କରିବାକୁ ନିଷ୍ପତ୍ତିି ନେଇଛନ୍ତି ସଂଘ ।

ବୈଠକରେ ଦୁଇ ମାସର ରୋଡ ଟିକସ ଛାଡ କରିବାକୁ ସରକାର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଲୋନ ଡିଫଲଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସରକାର ପଦକ୍ଷେପ ନେବେ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ବସ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହାଛଡା ବସ ମାଲିକମାନଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦେବା ପାଇଁ ବ୍ୟାଙ୍କକୁ ରାଜ୍ୟ ସରକାର ସୁପାରିଶ କରିବେ ।