କନକ ବ୍ୟୁରୋ: ଦେବଗଡ ମାଟିରୁ ପୁଣି ଦମ୍ଭ ଦେଖାଇଲେ ବିଜେଡି ନେତା ଭି.କେ ପାଣ୍ଡିଆନ । ଜୁନ ୯ରେ ନବୀନ ପଟ୍ଟନାୟକ ଶପଥ ନେଉଥିବା ନେଇ ପୁନଃଶ୍ଚ ଦାବି କଲେ । କହିଲେ ଓଡିଶାରେ କେବଳ ନବୀନ ବାବୁଙ୍କ ପତାକା, ବିଜେଡି ପତାକା ଉଡୁଛି ଉଡିବ । ମୁଖ୍ୟମନ୍ତ୍ରୀ ବଡବଡ ମହାବାତ୍ୟା ଦେଖିଛନ୍ତି ବିଜେପି ନେତାଙ୍କ ହାୱା କିଛି ଫରକ ପକେଇବନି ।

ସେପଟେ ବିଜେପିର ଷ୍ଟାର ପ୍ରଚାରକଙ୍କୁ ଟୁରିଷ୍ଟ ନେତା କହି ପୁଣିଥରେ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ୫-୧୦ ବର୍ଷରେ ଥରେ ଟୁରିଷ୍ଟ ହୋଇ ଆସନ୍ତି ଆଉ ସେମାନେ ରାଜ୍ୟ ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚେଷ୍ଟା କରୁଛନ୍ତି । ପ୍ରଥମ ଡୋଜ୍, ୨ୟ ଡୋଜ୍ ଏବଂ ୩ୟ ଡୋଜ୍ ଦେବାକୁ ଜୋରଦାର ପ୍ରୟାସ କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ପାଣ୍ଡିଆନ । କିନ୍ତୁ ମୁଁ ନିଶ୍ଚିତ ନବୀନ ବାବୁ ବିପୁଳ ବହୁମତରେ ଜିତୁଛନ୍ତି ଏବଂ ଜୁନ ୯ରେ ଶପଥ ନେଉଛନ୍ତି ବୋଲି ପାଣ୍ଡିଆନ ଦମ୍ଭ ଦେଖାଇଛନ୍ତି ।