ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ । ହାଇକୋର୍ଟ ବାର ଆସୋସିଏସନ୍ ସମର୍ଥନରେ ସବୁ ଜିଲ୍ଲା ଓକିଲ ସଂଘ

Advertisment
ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ । ହାଇକୋର୍ଟ ବାର ଆସୋସିଏସନ୍ ସମର୍ଥନରେ ସବୁ ଜିଲ୍ଲା ଓକିଲ ସଂଘ

କନକ ବ୍ୟୁରୋ: କଟକ ହାଇକୋର୍ଟ ପରିସରରେ ଏକାଠି ହେଲେ ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ଅନ୍ୟ ଜିଲ୍ଲା ବାର ଆସୋସିଏନସର କର୍ମକର୍ତ୍ତା ଏକାଠି ହୋଇ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବୈଠକ ପରେ ହାଇକୋର୍ଟ ବାର ଆସୋସିଏସନ୍କୁ ସମର୍ଥନ କରିଛନ୍ତି ସବୁ ଜିଲ୍ଲାର ଓକିଲ ସଂଘ ।

କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆସନ୍ତା ୨୧ ତାରିଖ ଯାଏଁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । କଲେଜିୟମ ନିଷ୍ପତି ବିରୋଧକୁ ଅଦାଲତ ଅବମାନନା ଭାବେ ବିଚାରକୁ ନେଇ ହାଇକୋର୍ଟ ପୂର୍ଣ୍ଣ ବେଂଚ ରାଜ୍ୟର ସବୁ ବାର ଆସୋସିଏସନକୁ ନୋଟିସ ଜାରି କରିଛନ୍ତି । ଆଇନଜୀବୀଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ପାଇଁ ବାର ଆସୋସିଏସନ୍ ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅକ୍ଟୋବର ୧୬ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅକ୍ଟୋବର ୨୧ ଦିନ ୧ଟା ୧୫ରେ ଦିନ ବସିବାକୁ ଥିବା ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe