କନକ ବ୍ୟୁରୋ: ଚତୁର୍ଥ ଓ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୧ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ସରିବା ପରେ ଭୋଟଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ଘଣ୍ଟାର ନିରବ ଅବଧି ଲାଗୁ ହୋଇଛି। ଏହି ସମୟ ଭିତରେ କୌଣସି ବି ରାଜନେତା ନିର୍ବାଚନ ଅନୁଷ୍ଠିତ ହେଉଥିବା ଅଞ୍ଚଳରେ ପ୍ରଚାର କାର୍ଯ୍ୟ କରିପାରିବେନି କି ରାଜ୍ୟ ସ୍ତରରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମରେ ନିଜର ବିବୃତି ପ୍ରଚାର ଓ ପ୍ରସାର କରିପାରିବେ ନାହିଁ।

Advertisment

publive-image

ଅନ୍ୟପକ୍ଷରେ, ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ପାଇଁ ଲଢୁଥିବା ୫୨ ଜଣ ଓ ବିଧାନସଭା ଲାଗି ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ୩୩୬ ଜଣ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୩୮୮ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଲେଖିବେ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର। ୧୦ ହଜାର ୭୯୨ ବୁଥରେ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏ ନେଇ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

publive-image

ଏହି ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅନେକ ଗୁରୁତ୍ବ ରଖୁଛି। କାରଣ ହେଭିୱେଟଙ୍କ ମଧ୍ୟରେ ଲଢେଇ ହେଉଛି କେନ୍ଦ୍ରାପଡାରେ। ବିଜେପି ପାଇଁ ସମ୍ମାନ ପ୍ରଶ୍ନ ଓ ସ୍ବାଭିମାନର ଲଢେଇ ଲଢୁଛି ବିଜେଡି। ଏହି ପ୍ରକ୍ରିୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ ହେବ କେନ୍ଦ୍ରାପ଼ଡାରେ। ଏହି ଜିଲ୍ଲା ଭୋଟର ରାଜ୍ୟସଭା ସାଂସଦ ପ୍ରତାପ ଦେବ, ଅନୁଭବ ମହାନ୍ତି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ବି ନିଷ୍ପତ୍ତି ନେବେ। ଏମାନଙ୍କ ବ୍ୟତୀତ ମନ୍ତ୍ରୀ ପ୍ରତାପ ଜେନା, ଅନନ୍ତ ଦାସ ଓ ପ୍ରଫୁଲ୍ଲ ସାମଲଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିଧାନସଭାରେ ବିରୋଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକଙ୍କ ଭଳି ୩୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନେତାଙ୍କ ଉପରେ ଭୋଟ ହେବ।

publive-image

ଚତୁର୍ଥ ପର୍ଯ୍ୟାୟରେ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ମୋଟ ଭୋଟରଙ୍କ ଭିତରୁ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ ଭୋଟର ଥିବାବେଳେ ୪୬ ଲକ୍ଷ ୫ ହଜାର ୬୯୪ ଜଣ ମହିଳା ଭୋଟର ଓ ୬୧୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

publive-image

ଆସନ୍ତା କାଲି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଥିବା ମୟୁରଭଞ୍ଜ (ଏସଟି) ଲୋକସଭା ଆସନ ସମେତ ଯଶୀପୁର (ଏସଟି), ସାରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଦଳା (ଏସଟି), ବାରିପଦା (ଏସଟି) ଓ ମୋରଡ଼ା ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ଗତକାଲି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ସାହି (ଏସସି), ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା (ଏସସି) ଓ ନୀଳଗିରି ବିଧାନସଭା ସମେତ ଭଦ୍ରକ ଲୋକସଭା ଅଧୀନରେ ଥିବା ସୋର (ଏସସି), ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର (ଏସସି) ଓ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର ସରିଥିବା ବେଳେ ଯାଜପୁର ଲୋକସଭା ଆସନ ସମେତ ବିଞ୍ଝାରପୁର (ଏସସି), ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଲୋକସଭା ସମେତ ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡ଼ା (ଏସସି), ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଜଗତସିଂହପୁର ଲୋକସଭା ଆସନ ଅଧୀନରେ ଆସୁଥିବା ପାରାଦୀପ, ତିର୍ତ୍ତୋଲ (ଏସସି), ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର (ଏସସି) ଓ ନିମାପଡ଼ା ବିଧାନସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ସମ୍ପନ୍ନ ହୋଇଛି।

publive-image

ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ଗୁରୁତ୍ବପୂର୍ଣ୍ଣ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯ ତାରିଖରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରହିଛି। ନିର୍ବାଚନ କମିସନଙ୍କ ସାନି ବିଜ୍ଞପ୍ତି ପରେ ଏଠାରେ ୧୯ ତାରିଖ ଦିନ ବିଧାନସଭା ଆସନ ପାଇଁ ଭୋଟ ହେବ। କିନ୍ତୁ ୨୯ ତାରିଖ ଦିନ ପାଟକୁରାରେ ଭୋଟର କେବଳ ଲୋକସଭା ନିର୍ବାଚନ ପାଇଁ ମତଦାନ କରିବେ।